Odiapua.com

ବ୍ରିଟିଶ ଅମଳର ୨୦୮ ବର୍ଷ ତଳର ଜରାଜୀର୍ଣ୍ଣ ରାଜଘାଟ ପୋଲ ଏବେ କେତେ ସୁରକ୍ଷିତ!, ବିପଦସଂକୁଳ ଅବସ୍ଥାରେ ଲୋକଙ୍କ ଯାତାୟତ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୮୧୬ ମସିହାରେ ନିର୍ମିତ ଭଦ୍ରକର ବ୍ରିଟିଶ ସମୟର ରାଜଘାଟ ପୋଲ ଏବେ ଜନସାଧାରଣଙ୍କ ପାଇଁ ବିପଦ ସଂକୁଳ ହୋଇପଡିଛି । କେତେବେଳେ କେଉଁ ସମୟରେ ଏହା ଯେ ଭୁଷୁଡି ପଡିବ, ତାହା ସମୟ କହିବ । କିନ୍ତୁ ଏଭଳି ଏକ ମରଣଯନ୍ତା ପାଲଟିଥିବା ଏହି ପୋଲ ଏବେ ଜିଲା ପ୍ରଶାସନର ଦୃଷ୍ଟିରେ ଥାଇ ମଧ୍ୟ ନିଷେଧାଦେଶ ଜାରିନହେବା ବୁଦ୍ଧିଜୀବୀ ମହଲରେ ଭୃକୁଂଚନ ସୃଷ୍ଟି କରିଛି । ପ୍ରାୟ ୨୦୮ବର୍ଷ ତଳେ ସାଳନ୍ଦୀ ନଦୀ ଉପରେ ବ୍ରିଟିଶ ଅମଳର ଭଦ୍ରକ ରାଜଘାଟ ପୋଲକୁ ମରାମତି ନହେବାରୁ ଏହା ଜରାଜୀର୍ଣ୍ଣ ହୋଇ ଭୁଷୁଡିବାକୁ ବସିଛି । ୧୮୧୬ ମସିହାରେ ନିର୍ମିତ ଏହି ପୋଲର ଫଳକ ଏବେ ବି ସୁରକ୍ଷିତ । ସେତେବେଳର ବଡ଼ କମ୍ପାନି ବ୍ରାଇଟ ବିଲଡର ପକ୍ଷରୁ ଏହି ପୋଲ ନିର୍ମିତ ହୋଇଥିବା ସୂଚନା ଫଳକ ଦର୍ଶାଉଛି । ବ୍ରିଟଶ ଅମଳର ଏହି ପୋଲର କାର୍ଯ୍ୟ ଖୁବ ସଶକ୍ତ ଓ ଆକର୍ଷଣୀୟ । ପ୍ରାଚୀନ ଲୁହାରେ ନିର୍ମିତ ଏହି ପୋଲ ଏବେ ଭାରି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କେଉଁ ମୁହୂର୍ତରେ ସାଳନ୍ଦୀ ନଦୀକୁ ନଭୁଷୁଡିବ ତା\’କେହି କହିପାଇବ ନାହିଁ । ଏକ ପୋଲ ଭୁଷୁଡ଼ିବା ଦ୍ୱାରା ଐତିହାସିକ ପୋଲ ଟି ଖାଲି ନିଶ୍ଚିହ୍ନ ହେବନି ବରଂ ଅଘଟଣ ଘଟି ଅନେକ ଜୀବନ ମଧ୍ୟ ଉଜୁଡି ପଡିବ । ଭଦ୍ରକ ପୂର୍ତ ବିଭାଗ ର ନିରବତା ଓ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ଏହି ଐତିହାସିକ ପୋଲଟିର ଅବସ୍ଥା ଶୋଚନୀୟ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଇଷ୍ଟ ଇଣ୍ଡିଆ କମ୍ପାନି ସମୟରେ ନିର୍ମିତ ଏହି ସର୍ବପୁରାତନ ଐତିହାସିକ ପୋଲର ମରାମତି କରି ରଖାଯିବାକୁ ବହୁ ବୁଦ୍ଧିଜୀବୀ ଦାବି କରି ଆସୁଛନ୍ତି । ତେବେ ପୂର୍ତ ବିଭାଗ ର ନିଦ କିନ୍ତୁ ଭାଙ୍ଗୁନାହିଁ । ଫଳରେ ଏହି ରାଜଘାଟ ପୋଲ ଏବେ ଦୋହଲୁଛି । ଏହି ପୋଲ ବିପଦସଂକୁଳ ବୋଲି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ସ୍ୱତନ୍ତ୍ର ନୋଟିସ ମରାଯାଇଛି । ବିପଦପୂର୍ଣ୍ଣ ପୋଲରେ ଯାତାୟାତ ନିଷେଧ ବୋଲି ବାରଣ କରାଯାଇଛି । ତଥାପି ଲୋକେଯତାୟତ କରୁଛନ୍ତି । କିନ୍ତୁ କେହି କଟକଣାକୁ ଖାତିର କରୁନାହାନ୍ତି । ପୁରୁଣା ପୋଲ ଦୁର୍ବଳ ଓ ସଙ୍କୁଚିତ ପୋଲକୁ ଲଗାଇ ଆଉ ଏକ ଓସାରିଆ ନୂଆ ହେବା କାରଣରୁ ନୂଆ ପୋଲର ଆବଶ୍ୟକତା ପଡ଼ିଲା । ସହରର ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜଘାଟ ପୋଲ ନିର୍ମାଣ ହେଲା । ୨୦ ବର୍ଷର ଏହି ନୂତନ ଚଉଡ଼ା ପୋଲରେ ଦେଇ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ଯାତାୟାତ ହେଉଛି । ଗାଡ଼ି ମୋଟର ସମେତ ରାତି ବେଳା ଭାରୀଯନ ବି ଗତି କରୁଛି । ହେଲେ ତା ପାର୍ଶ୍ୱରେ ଥିବା ପୁରୁଣା ରାଜଘାଟ ପୋଲ କଥା ପ୍ରଶାସନ କେବଳ ସତର୍କ ନୋଟିସ ଲଗାଇ ଭୁଲିଯାଇଛି । ଅନେକ ଲୋକେ ବହୁ ସମୟରେ ବାଧ୍ୟ ହୋଇ ପୁରୁଣା ପୋଲ ଦେଇ ଯାଉଛନ୍ତି । ଏହି ସମୟରେ ପୁରୁଣା ପୋଲରେ ଭିଡ଼ ବଢୁଛି । ନୂଆ ପୋଲରେ ଟୁଲି ରିକ୍ସା ଭଳି ଯାନ ଯିବା କଷ୍ଟକର ହେଉଛି । ଅତିରିକ୍ତ ଉଚ୍ଚା ଯୋଗୁଁ ଟ୍ରଲି ଓ ରିକ୍ସା ଯିବା ସହଜ ହେଉନି । ଫଳରେ ଟ୍ରଲି ଓ ରିକ୍ସା ବାଲା ସବୁ ବେଳେ ପୁରୁଣା ପୋଲ ବ୍ୟବହାର କରୁଛନ୍ତି । ଏଥିସହିତ ବାଇକ ଚାଳକ ବି ଏହି ପୋଲରେ ଗତି କରୁଛନ୍ତି । ଏବେ ପୋଲ ଉପର ଖାଲକମା ଭର୍ତି ହୋଇଛି । ପୁରୁଣା ରାଜଘାଟ ପୋଲ ତଳ ଅଂଶ ସାଳନ୍ଦୀ ନଦୀର ପ୍ରଖର ଜଳ ସ୍ରୋତରେ ନଷ୍ଟ ହେବାକୁ ବସିଛି । ଲୁହା ବିମ ବିପଦଜନକ ଅବସ୍ଥାରେ ପିଲାର ବାରଣ ସତ୍ୱେ୍ୱ ଯାତାୟାତ ମରାମତି କରି ଐତିହ୍ୟକୁ ସୁରକ୍ଷା ଦାବି ସବୁ କଳଙ୍କି ଧରି ନଷ୍ଟ ହୋଇଛି । ମୂଳ ହୁଗୁଳା ରହିଛି । ଏହି ବ୍ରିଜ ଉପରେ ସାମାନ୍ୟ ବାଇକ ଓ ରିକ୍ଟା ସହ କିଛି ବାଇକ ଗଲେ ପୋଲଟି ଦୋହଲୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପୋଲ ର ମରାମତି କରିବା ତ ଦୂରର କଥା, ଓଲଟି ଏହି ପୋଲ ଉପରେ ଓ ଦୁଇକଡରେ ମୋଟା ମୋଟା ପାଇପ୍ ଲାଇନ୍ ବିଛା ଯାଇ ଏହି ଦୋହୁଲୁ ଥିବା ଜରାଜୀର୍ଣ୍ଣ ପୋଲକୁ ଅଧିକ ଭାରକ୍ରାନ୍ତ କରାଯାଉଛି । ପ୍ରଶାସନ ର ଦୂରଦୃଷ୍ଟି ଅଭାବ ର ସୁଯୋଗ ନେଇ ପୂର୍ତ ବିଭାଗ ଏହି ବ୍ରିଟିଶ ଅମଳର ଐତିହାସିକ ରାଜଘାଟ ପୋଲକୁ ଶହିଦ କରିବାକୁ ଉଦ୍ୟମରତ ବୋଲି ଉପରୋକ୍ତ ଘଟଣାରୁ ସ୍ୱତଃ ପ୍ରମାଣିତ ହେଉଛି । ଏଦିଗରେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡିବାକୁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।