Odiapua.com

ବ୍ରାହ୍ମଣ ସମାଜ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଅଭିନବ ପ୍ରତିବାଦ

ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ବ୍ରହ୍ମଣ ସମାଜ ପକ୍ଷରୁ ୭ ଦଫା ଦାବି ନେଇ ଶ୍ରୀବନ୍ଦିର ସିଂହଦ୍ୱାର ନିକଟ ମଙ୍ଗୁ ମଠ ସମ୍ମୁଖରେ ଗୀତା ପାଠ କରି ଅଭିନବ ପ୍ରତିବାଦ କରିଥିଲେ। ରାଜ୍ୟର ସମସ୍ତ ଦେବାଳୟଗୁଡ଼ିକ ଯଥାଶୀଘ୍ର ଖୋଲିବା ସହ ଧାର୍ମୀକ ସମାବେଶ ଉପରୁ ପ୍ରତିବନ୍ଧକ ଉଠାଉବା, ରାଜ୍ୟର ପ୍ରତ୍ୟେକ ବ୍ରାହ୍ମଣ ପରିବାରକୁ ରାସନ କାର୍ଡ଼ ଯୋଗାଇବା, କୈାଳିକ ବୃତ୍ତିଧାରୀ କର୍ମକାଣ୍ଡ ବାହ୍ମଣ ମାନଙ୍କୁ ମାନ୍ୟତା ପ୍ରଦାନ ତଥା ସଂସ୍କୃତି ରକ୍ଷକ ଭତ୍ତା ପ୍ରଦାନ ଆଦି ୭ ଦଫା ଦାବି କରି ଏଭଳି ପ୍ରତିବାଦ କରାଯାଇଛି। ଓଡ଼ିଶା ବ୍ରାହ୍ମଣ ସମାଜ ସଭାପତି ରତିକାନ୍ତ ଦାସଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା।