Odiapua.com

ବ୍ରାହ୍ମଣୀକଳାରେ ଅଗ୍ନିକାଣ୍ଡ ୬ବଖରା ଘର ଜଳିଗଲା

ହାଟଡିହି, ୨୪ /୧-(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ପୟାହ୍ମଣୀକଳାରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୬ବଖରା ଘର ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯିବା ସହିତ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବରରୁ ଜଣାଯାଇଛି ଗତକାଲି ରାତି ୮ଟାବେଳେ ମୁରଲୀ ସାହୁଙ୍କ ଘରେ ବିଦ୍ୟୁତ ସର୍ଟସର୍କର୍ିଟରୁ ଅଗ୍ନିକାଣ୍ଡ ଘଟି ମୁରଲୀଙ୍କ ସହିତ ଗୌରାଙ୍ଗ ସାହୁଙ୍କ ମୋଟ ୬ବଖରା ଘର ଜଳିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କେହି ଭିତରକୁ ପସି କୌଣସି ସାମଗ୍ରୀ ଉଦ୍ଧାର କରିପାରି ନଥିଲେ । କେବଳ ପିନ୍ଧା ଲୁଗା କଣ୍ଡିକ ବ୍ୟତିତ ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର କରାଯାଇପାରି ନାହିଁ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଉଭୟ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇଯାଇଛି । ଆଜି ସ୍ଥାନୀୟ ସରପଞ୍ଚ ଶ୍ରୀଧର ବେହେରା ଘଟଣାସ୍ଥଳକୁ ଯାଇ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଥିବା ବେଳେ ମା ତାରିଣୀ ସେବାସଂସ୍ଥା ପକ୍ଷରୁ ବିପନ୍ନ ମାନଙ୍କୁ ଚୁଡା, ଚାଉ, ବସ୍ତ୍ର ଆଦି ବଣ୍ଟନ କରିଥିବାବେଳେ ସର୍ଭ ଫର ପିପୁଲ ପକ୍ଷରୁ ବିପନ୍ନଙ୍କ ପାଇଁ ଚାଉଳ ଓ ରାସନ ସାମଗ୍ରୀ, ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଲୁଗାପଟା ସହିତ ରେସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।