Odiapua.com

ବ୍ରାଜିଲର କିମ୍ବଦନ୍ତୀ ପୁଟବଲ ଖେଳାଳି ପେଲେଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି

ପୁରୀ ୩୦-୧୨ (ଓଡ଼ିଆ ପୁଅ) ବ୍ରାଜିଲର କିମ୍ବଦନ୍ତୀ ପୁଟବଲ ଖେଳାଳି ପେଲେଙ୍କ ନିଧନରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବାଲୁକା କଳାରେ ବିଶ୍ୱ ବିଖ୍ୟାତ ଫୁଟବଲ ଖେଳାଳି ପେଲେଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଏହି ବାଲୁକା ମୂର୍ତ୍ତି ଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ ” A Hero Never Dies! Long Live Pele! ର ବାର୍ତ୍ତା ଦେଇଛନ୍ତି।