Odiapua.com

ବ୍ରାଉନ ସୁଗାର ବ୍ୟବସାୟ ଅଭିଯୋଗ ରେ ୩ ଯୁବକ ଜେଲଗଲେ

ନୟାଗଡ..୧୨/୧୧ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)- ନୟାଗଡ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ବ୍ରାଉନ ସୁଗାର ବ୍ୟବସାୟ ନେଇ ପୋଲିସର ଚିନ୍ତା ବଢିବାରେ ଲାଗିଥିଲା। ରଣପୁର ଥାନା ଅଂଚଳରୁ ବ୍ରାଉନ ସୁଗାର ବ୍ୟବସାୟ ବନ୍ଦ ହେବା ପରେ ନୟାଗଡ ଟାଉନ ଥାନା ଅଂଚଳରେ ବ୍ରାଉନ ସୁଗାର ବ୍ୟବସାୟ ନେଇ ପୋଲିସ ର ମୁଣ୍ଡ ବିନ୍ଧା ସାଜିଥିଲା। ନୟାଗଡର ଏସ୍.ପି. ଙ୍କ ନିର୍ଦ୍ଦେଶ କ୍ରମେ ୧୨ ତାରିଖ ସକାଳୁ ଜଜାଙ୍ଗୀ ସାହି ପାହାଡ ତଳେ କିଛି ଯୁବକ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ୧.୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା କଥା ଏସ୍.ପି. ଶଶୀଭୂଷଣ ଶତପଥି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଶରଣକୁଳ ଥାନା ଅଂଚଳର ଚଗୁଲୁ ମହାପାତ୍ର, ପ୍ରଦୀପ୍ତ କୁମାର ପ୍ରଧାନ ଏବଂ ନୟାଗଡ ଟାଉନ ଥାନା ଦୁର୍ଗାପ୍ରସାଦ ଗାଁ ର ପ୍ରିୟରଂଜନ ପାଳ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ବ୍ରାଉନ ସୁାଗର ବ୍ୟବସାୟର ମୂଳ ଜାଗାରେ ପହଂଚି ପାରିବ ବୋଲି ଏସ୍.ପି. ସୂଚନା ଦେଇଛନ୍ତି। ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।