Odiapua.com

ବ୍ରାଉନ୍ ସୁଗାର କବଳରେ ଯୁବପିଢି

ନୟାଗଡ଼, ୧୧ା୪ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ରେ ଏବେ ଦିନକୁ ଦିନ ବ୍ରାଉନ ସୁଗାରର କାରବାର ବଢି ବଢି ଚାଲିଥିବା ଦେଖିବାକୁ ମିଳୁଛି। ମଦ, ଗଞ୍ଜେଇ ପରି ନିଶା କାରବାରରେ ଯୁବପିଢି ମସଗୁଲ୍ ଥିଲାବେଳେ ଏବେ ବ୍ରାଉନସୁଗାର କବଳରେ ପଡ଼ିଯାଇଛନ୍ତି। ନିଛାଟିଆ ଜାଗା ବ୍ରାଉନସୁଗାର କାରବାର ପାଇଁ ଉତ୍କୃଷ୍ଟ କ୍ଷେତ୍ର ପାଲଟିଛି। ରେଲୱେ ଷ୍ଟେସନ, ନୟାଗଡ଼ ଖେଳପଡ଼ିଆ, ନୂଆ ବସଷ୍ଟାଣ୍ଡ ଆଦି ନିର୍ଜନ ସ୍ଥାନରେ ନିତି ପ୍ରତିଦିନ ବ୍ରାଉନସୁଗାର କାରବାର ଚାଲିଛି। ଅବକାରୀ ବିଭାଗ ଜାଣୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଏହି କାରବାରରେ ୧୨ଜଣ ଗିରଫ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ସେମିତି ଆଖି ଦୃଶିଆ ପଦକ୍ଷେପ ନିଆଯାଉନଥିବା କୁହାଯାଉଛି। ବ୍ରାଉନସୁଗାର ସେବନ କରି ଯୁବକମାନେ ବେଶୀ ଅରାଜକତା କରୁଥିବା ସହ ବିପଥଗାମୀ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଅଂଚଳରେ ବ୍ରାଉନସୁଗାର କେସ୍‌ରେ ୭ଗିରଫ ହୋଇଥିବାବେଳେ ୯ଶହ ୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।