Odiapua.com

ବ୍ରାଉନସୁଗାର ସେବନ କରୁଥିବା ୩ ଯୁବକଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ ଲୋକେ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ନିଶା କାରବାର ଏବେ ଚରମ ସୀମାରେ ପହଞ୍ôଚଛି । କେଉଁଠି ତ ପୁଲିସ୍ ଖାଉଛି ତ, କେଉଁଠି ପୁଲିସ୍ ବିଭାଗର କିଛି କର୍ମଚାରୀ ଏହାକୁ ସୁଯୋଗ ଦେଉଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଥିଲା କଦମବେଡା ପେଟ୍ରୋଲ ପମ୍ପ ନିକଟରେ । ଜଣେ ପୁଲିସ୍ ବିଭାଗର କାର୍ଯ୍ୟରତ ଗାଡି ଡ୍ରାଇଭରଙ୍କ ପୁଅ ସମେତ ସ୍ଥାନୀୟ କେତେକ ଯୁବକ ବ୍ରାଉନସୁଗାର ପୁଡିଆ ଧରି ନିଶା କରୁଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଗଲା ସମୟରେ ନିଶା ସେବନ କରୁଥିବା ଯୁବକମାନେ ହାତରେ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡାଇବା ସହ ଆତଙ୍କ ଖେଳାଇଥିଲେ । ଫଳରେ ବହୁ ଲୋକ ଜମା ହୋଇ ସେମାନଙ୍କୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ । ସହରାଞ୍ଚଳ ଥାନା ପୁଲିସ୍ ସଂପୃକ୍ତ ୩ ଜଣ ଯୁବକଙ୍କୁ ଉଠାଇ ନେଇ ଅଟକ ରଖିଛି । ତେବେ ଏଥିରେ ସଂପୃକ୍ତ ଜଣେ ଯୁବକ ପୁଲିସ୍ କର୍ମଚାରୀଙ୍କ ପୁତ୍ର ହୋଇଥିବାରୁ ଥାନାଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା ଦେଖିବାକୁ ବାକି ରହିଛି!