Odiapua.com

ବ୍ରାଉନସୁଗାର କେଶ୍‌ର ଫେରାର ଅଭିଯୁକ୍ତ ବଉଳପୋଖରୀ ଗ୍ରାମରୁ ଗିରଫ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦ୍ୱାରା ଗତ ଏପ୍ରିଲ ୨୦ ତାରିଖ ରାତିରେ କୋଭିଡ୍ ଜନିତ ଗାଡି ଯାଞ୍ଚ ସମୟରେ ରାଣୀତାଲ ନିକଟରେ ଜବତ ହୋଇଥିବା ୩୧୦ ଗ୍ରାମ ବ୍ରାଉନସୁଗାର (୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା) କେଶ୍‌ର ଫେରାର ଅନ୍ୟତମ ଅଭିଯୁକ୍ତ ତପନ ମଲ୍ଲିକ ଓରଫ ଜଡାକୁ ଆଜି ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ତାର ଗ୍ରାମ ଚରମ୍ପା ବଉଳପୋଖରୀରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଏକ ନମ୍ବର ବିହୀନ ଆପାଚୀର ୩ ଜଣ ଯୁବକ ଜଳେଶ୍ୱରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିବାବେଳେ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦ୍ୱାରା ବାଂଶଡା ଥାନା ମାଣିପୁର ଗାଁର ଶ୍ରୀକାନ୍ତ ଦାସ ଓ ତିହିଡି ଥାନା ପାଳିଆ-ଜିଝାରପୁର ଅଂଚଳର ସଞ୍ଜୟ ମଲ୍ଲିକ ଗିରଫ ହୋଇଥିବାବେଳେ ଅନ୍ୟତମ ଅଭିଯୁକ୍ତ ଜଣକ ଅନ୍ଧାରର ସୁଯୋଗରେ ଫେରାର ହୋଇଯାଇଥିଲା ।