Odiapua.com

ବ୍ରହ୍ମା କୁମାରୀସ୍ ଓଁ ନିବାସରେ ପବିତ୍ର ଜନ୍ମାଷ୍ଟମୀ ପାଳନ

ଭୁବନେଶ୍ୱର ୨୫-୦୮ (ଓଡ଼ିଆ ପୁଅ) ପ୍ରଜାପିତା ବ୍ରହ୍ମକୁମାରୀସ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଓଁ ନିବାସ ୟୁନିଟ୍ – ୯ ଭୁବନେଶ୍ୱର ମୁଖ୍ୟ ସେବାକେନ୍ଦ୍ର ତରଫରୁ ପବିତ୍ର ଜନ୍ମାଷ୍ଟମୀ ପର୍ବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଡ଼. ଶ୍ରୀଯୁକ୍ତ ଦେବବ୍ରତ ସ୍ୱାଇଁ, ଲୋକାଯୁକ୍ତ ସଭ୍ୟ, ଓଡ଼ିଶା ସରକାର, ଭୁବନେଶ୍ୱର ଯୋଗଦାନ କରି ଜନ୍ମାଷ୍ଟମୀ ପର୍ବ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କୁ ପୌରାଣିକ କଥାବଳୀ ପ୍ରସଙ୍ଗରେ ବର୍ଣ୍ଣିତ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶ୍ରୀକୃଷ୍ଣ ,ଶ୍ରୀରାଧା ବେଶରେ ସୁସଜ୍ଜିତ ହୋଇ କୁନିକୁନି ପିଲାମାନେ ନିଜର କଳାକୃତି ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ। କଂସ, ନନ୍ଦ, ଯଶୋଦା, ଗୋପ ଗୋପିକା ବେଶରେ ଭାଇଭଉଣୀ ମାନେ ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ। ଓଁ ନିବାସ ସଂଚାଳିକା ବ୍ରହ୍ମକୁମାରୀ ଗୀତା ଭଉଣୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ବ ଭାଇ ଭଉଣୀ ଯୋଗଦାନ କରିଥିଲେ।ସର୍ବଗୁଣରେ ସମ୍ପନ୍ନ, ଷୋହଳ କଳା ସମ୍ପୂର୍ଣ୍ଣ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଅବସରରେ ଗୀତା ଭଉଣୀ ସମସ୍ତଙ୍କୁ ଈଶ୍ୱରୀୟ ପ୍ରେରଣା ଦେଇ କହିଥିଲେ,ବ୍ରହ୍ମାକୁମାରୀ ସେବାକେନ୍ଦ୍ର ମାଧ୍ୟମରେ ପରମପିତା ପରମାତ୍ମା ପ୍ରଦାନ କରୁଥିବା ସହଜ ରାଜଯୋଗର ଅଭ୍ୟାସ କଲେ ଆମେମାନେ ଦୈବିଗୁଣ ଧାରଣ କରି ଦେବତ୍ୱକୁ ପ୍ରାପ୍ତ କରିପାରିବା।ସମ୍ମାନିତ ଅତିଥି ଭାବରେ ଶ୍ରୀ ତ୍ରିଲୋଚନ ପ୍ରଧାନ, ନିର୍ଦେଶକ, ଅନୁସନ୍ଧାନ, ଲୋକାଯୁକ୍ତ, ଭୁବନେଶ୍ୱର ଯୋଗଦାନ କରିଥିଲେ।