Odiapua.com

ବ୍ରହ୍ମାକୁମାରୀ ଆଶ୍ରମରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ, ନିଶାମୁକ୍ତ ଭାରତ ନେଇ ଶପଥପାଠ

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ଜଣେ ସାମାଜିକ ପ୍ରାଣୀ ଭାବେ ସର୍ବତ୍ର ସନ୍ତୁଳନ ରକ୍ଷା କରି ଚଳିଥାଏ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ଆବଶ୍ୟକ ହୋଇଥାଏ । ଈଶ୍ୱରବାଦ ଓ ଅଧ୍ୟାତ୍ମିକତାର ସମନ୍ୱୟରେ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ଆଜି ଆଗରପଡାସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ର ପରିସରରେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଦାଦି ପ୍ରକାଶ ମଣିଜୀଙ୍କ ୧୯ ତମ ପୁର୍ଣ୍ଣସ୍ମୃତି ଦିବସ ଅବସରରେ ସଭାକୁ ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସାରଥୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନ କୁମାର ରାୟ, ନିମାପଡା ସ୍ୱାମୀ ବିବେକାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଅଧ୍ୟାତ୍ମିକ ଗୁରୁ ନିର୍ମଳ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ଭାରତକୁ ପୁର୍ନବାର ଦୈବୀ ସ୍ୱରାଜ୍ୟରେ ପରିଣତ ପାଇଁ ମଣିଷ ମଧ୍ୟରେ ଥିବା ବିକାରକୁ ତ୍ୟାଗ କରି ଦୈବୀ ଗୁଣ ଧାରଣ କରିବାକୁ ହେବ । ସେଥିପାଇଁ ନିଶାମୁକ୍ତ ଭାରତ ଗଠନ ଅପରିହାର୍ଯ୍ୟ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟତମ ଅତିଥି ସାମ୍ବାଦିକ ହେମନ୍ତ ସିଂହ, ପ୍ରଦୁମ୍ନ୍ୟ ପୁହାଣ, ଜିତେନ୍ଦ୍ର ଶତପଥି, ଅକ୍ଷୟ ସିଂହ, ସୁଶାନ୍ତ ଦାସ, ବିନୋଦ ଧଳ ସାମନ୍ତ ନିଶାକୁ ପରିହାର ନେଇ ବକ୍ତବ୍ୟ ରଖି କ୍ଷଣୀକ ଉନ୍ମାଦନାର ବଶବର୍ତୀ ହୋଇ ମଣିଷ ଅନେକ ଭୁଲ୍ କରି ବସୁଥିବା ବେଳେ ବିଶେଷ କରି ନିଶା ସେବନ କରି ଯୁବପିଢୀ ମାନେ କୁ ରାସ୍ତାରେ ଯିବା ସହ ଅକାଳରେ ଜୀବନ ଝଡି ପଡୁଥିବା କହିଥିଲେ । ଏହି ଅବସରରେ ଆଶ୍ରମ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳନ ପୂର୍ବକ ଅତିଥିଙ୍କ ହାତରେ ରାକ୍ଷୀ ବାନ୍ଧି ଉପହାର ପ୍ରଦାନ କରିଥିଲେ । ଶେଷରେ ନିଶାମୁକ୍ତ ନେଇ ସମସ୍ତେ ଶପଥପାଠ କରିଥିଲେ । ବ୍ରହ୍ମାକୁମାର ବଳରାମ ପ୍ରାରମ୍ଭରେ ଅତିଥି ପରିଚୟ,ଅନିତା ସ୍ୱାଗତନୃତ୍ୟ ଓ ଶେଷରେ ନରେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମାକୁମାରୀ ମାନସୀ , ପିଙ୍କି, ଲିନା, ଜୟନ୍ତୀ, ମାଧବୀଲତା, କୁନ୍ତି, ସୌଦାମିନୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।