Odiapua.com

ବ୍ରହ୍ମପୁର ରେ ସିସିଟିଭି

ବ୍ରହ୍ମପୁର,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସହରକୁ ଜଗିବ ସିସିଟିଭି। ଟ୍ରାଫିକ ନିୟମ ଉଲଘଂନ କରୁଥିବା ଗାଡି ଚାଳକଙ୍କ ଉପରେ ରଖିବ କଡା ନଜର। ଆଉ ନିୟମ ଉଲଘଂନ କରୁଥିବା ଗାଡି ଚାଳକଙ୍କ ନିକଟକୁ ଜୋରିମାନା ଆସିବା ପାଇଁ ଚାଲାଣ ଦିଆଯିବ। ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ଗତ ୨୮ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପରିସରରେ ସ୍ଥାପନ ହୋଇଛି ସମ୍ନିତ ଟ୍ରାଫିକ ପରିଚାଲଚ଼ା ବ୍ୟବସ୍ଥାର ପ୍ରକଳ୍ପ।