Odiapua.com

ବ୍ରହ୍ମପୁର ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ବିଜୟୀ

ବ୍ରହ୍ମପୁର ୨୬-୩ (ଓଡ଼ିଆ ପୁଅ) ପୌର ନିର୍ବାଚନର ଫଳାଫଳ ଆଜି ଆସୁଛି। ଚାଲିଛି କେତେକ ସ୍ଥାନରେ ଭୋଟ ଗଣତି। ଅନେକ ସ୍ଥାନର ଫଳାଫଳ ଆସିଗଲାଣି। ତେବେ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦବୀ ପାଇଁ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ। ସଂଘମିତ୍ରା ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କଠାରୁ ୨୦,୨୩୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟଯେ, ସଂଘମିତ୍ରା ଦଳେଇ ପୂର୍ବରୁ ୩ ଥର କର୍ପୋରେଟର ଥିଲେ ଏବଂ ବିଜେଡିର ମହିଳା ସଭାନେତ୍ରୀ ମଧ୍ୟ ରହିଥିଲେ।