Odiapua.com

ବ୍ରହ୍ମପୁର ନର୍ସିଂ କଲେଜ ଶିକ୍ଷାର୍ଥୀଙ୍କ ଶ୍ରେଣୀ ବର୍ଜ୍ଜନ ଆନ୍ଦୋଳନ ଓ ଗଣ ଧାରଣା

ବ୍ରହ୍ମପୁର: ୧୭/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର କଲେଜ ଅଫ ନର୍ସିଂ ଠାରେ ଶିକ୍ଷାର୍ଥୀ ମାନେ ଶ୍ରେଣୀ ବର୍ଜ୍ଜନ କରି ଆଜି ଆନ୍ଦୋଳନରେ ଧାରଣା ଦେଇଛନ୍ତି। ସେହି କଲେଜର ଛାତ୍ରମାନଙ୍କ ପାଇଁ ନିର୍ମିତ ଛାତ୍ରାବାସ ତୁରନ୍ତ ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ଚାଲିଛି। ଛାତ୍ର ଓ ଛାତ୍ରୀ ମିଳିତ ଭାବେ ଆନ୍ଦୋଳନରେ ଅଛନ୍ତି। ବାହାର ସ୍ଥାନରୁ ଛାତ୍ରମାନେ ଆସି ଏଠାରେ ନର୍ସିଂ ଶିକ୍ଷା ଲାଭ କରିଛନ୍ତି। ଛାତ୍ରାବାସ ନାମରେ ନିର୍ମିତ ଏକ କୋଠା ଇତିମଧ୍ୟରେ କଲେଜ କର୍ତ୍ତୃପକ୍ଷ ଉଦଘାଟନ କରିଛନ୍ତି। ଛାତ୍ରାବାସ ଥିବା ସତ୍ତ୍ୱେ ଛାତ୍ରମାନେ ହଟ ହଟା ହେଉଥିବାରୁ ଶିକ୍ଷାର୍ଥୀମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଲେଜ ପରିସରରେ ନିର୍ମିତ ନୂତନ ଛାତ୍ରାବାସ କୋଠାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ କଲେଜ କର୍ତ୍ତୃପକ୍ଷ ମସୁଧା ରଖିଥିବା ଅଭିଯୋଗ ହୋଇଛି। ଶିକ୍ଷାର୍ଥୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରେଣୀ ବର୍ଜ୍ଜନ ଓ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।