Odiapua.com

ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଚରମ ଅବ୍ୟବସ୍ଥା: ମହିଳାଙ୍କୁ ଦୁର୍ବ୍ୟବହାର, ସ୍ବେଛାସେବୀ ଦାୟିତ୍ୱରେ ଥିବା ଯୁବକମାନଙ୍କ ଅସୌଜନ୍ୟ ବ୍ୟବହାର

ଵ୍ରହ୍ମପୁର ; ୩୦/୦୪ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ସାନ୍ତାଣୀ ଠାକୁରାଣୀଙ୍କ ଐତିହାସିକ ଯାତ୍ରା ଆଜି ଭୋରରେ ଉଦଯାପିତ ହୋଇଯାଇଛି। ଦୀର୍ଘ ଏକ ମାସ ଧରି ଶାନ୍ତି ଶୃଙ୍ଖଳାରେ ହୋଇଥିବା ଏହି ଯାତ୍ରାର ଶେଷ ଶୋଭାଯାତ୍ରାରେ ଚରମ ଅବ୍ୟବସ୍ଥା , ଘଟ ଧରିଥିବା ମହିଳାମାନଙ୍କୁ ଦୁର୍ବ୍ୟବହାର, ସ୍ବେଛାସେବୀ ଦାୟିତ୍ୱରେ ଥିବା ଯୁବକମାନଙ୍କ ଅସୌଜନ୍ୟ ବ୍ୟବହାର ଇତ୍ୟାଦି ଶତାବ୍ଦୀ ପୁରାତନ ଏହି ଯାତ୍ରାର ଗାରିମାକୁ ନଷ୍ଟ କରିଦେଇଛି। ମା’ ଠାକୁରାଣୀଙ୍କ ଯାତ୍ରାରେ ମହିଳାମାନେ ଅସୁରକ୍ଷିତ ହେବ, ଦୁର୍ବ୍ୟବହାର ର ଶିକାର ହେବା , ଦଳା ଚକଟାରେ ଓ ବାଟ ଓଗାଳିବା ବାଉଁଶରେ ଶତାଧିକ ଆହତ ହେବା ଘଟଣା ସମଗ୍ର ଯାତ୍ରା ଆୟୋଜନକାରୀ , ଜିଲ୍ଲା ପ୍ରଶାସନ ଓ ପୋଲିସର ପାରିବାର ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଗତ ରାତିରେ ମୁଣ୍ଡରେ କଳସ ତଥା ଘଟ ଧରିଥିବା ମହିଳାମାନଙ୍କ ବିଶେଷ କରି ପେଟରେ ବାଉଁଶ ବାଡିର ଆଘାତ ରୁ ପ୍ରାୟ କେହି ବର୍ତ୍ତି ନାହାନ୍ତି। ବ୍ରତଧାରୀ ମହିଳା ମାନଙ୍କୁ ଯାତ୍ରା ଭିଡରେ ସୁରକ୍ଷା ଦେବା ପରିବର୍ତ୍ତେ ବାଉଁଶରେ ଧକ୍କା ଦେଇ ଆହତ କରାଯିବ ବେଳେ ପୋଲିସ ନିରବ ଦ୍ରଷ୍ଟା ସାଜିବା ଘଟଣା ମହିଳାମାନଙ୍କ ଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ଘଟଧାରୀ ମହିଳାମାନେ ଯିବା ବେଳେ ବିଭିନ୍ନ ସାହି ଛକରେ ଥିବା ସ୍ବେଛାସେବୀମାନେ ନିଜ ସାହି ଅଞ୍ଚଳର ମହିଳାମାନଙ୍କୁ ଧାଡିରେ ଜବରଦସ୍ତ ପୁରାଇବା ବେଳେ ଏକ ପ୍ରକାର ଗୁଣ୍ଡାମୀ କରିଥିବା ଅନେକ ମହିଳା ଅଭିଯୋଗ କରିଛନ୍ତି। ମହିଳା ପୋଲିସ ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ମୃତୟନ ରହିଥିବା ବେଳେ ଆଉ କୌଣସି ସ୍ଥାନରେ ପୋଲିସର ସହାୟତା ମହିଳାମାନଙ୍କୁ ମିଳିନଥିଲା। ଯାହା ଜଣା ପଡୁଥିଲା ଘଟ ଶୋଭାଯାତ୍ରାରେ ପୋଲିସର କୌଣସି ନିୟନ୍ତ୍ରଣ ନ ଥିଲା। ଏହି କାରଣରୁ ଗତ ରାତି ୮ ଟା ରୁ ଯାଇ ଘଟଧରି ଥିବା ମହିଳା ଆଜି ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ପରେ ମା’ଙ୍କ ମନ୍ଦିରରେ ଘଟ ପହଞ୍ଚାଇ ଫେରିଥିଲେ।

ଭିଡ଼ ନିୟନ୍ତ୍ରଣରେ ସ୍ବେଛାସେବୀ ମାନେ ମୋଟା ବାଉଁଶ ଧରି ମହିଳାମାନଙ୍କ ପେଟ ପାଖରେ ଠେଲି ଧରି ଘୋଷଡିବାରୁ ଅନେକଙ୍କ ପେଟରେ ବାଉଁଶ ଚାଞ୍ଚି ଫୋଡି ହୋଇ ଆଘାତ ହୋଇଛି।

ଲୋକଙ୍କ ଭିଡ଼ ସମ୍ପର୍କରେ ପୋଲିସ ଅବଗତ ଥାଇ ମହିଳାଙ୍କୁ ସୁରକ୍ଷା ଦେବାକୁ ଏଡାଇଯିବା ଘଟଣାକୁ ଜନସାଧରଣ ସମାଲୋଚନା କରିଛନ୍ତି। କେଉଁ କାରଣ କିମ୍ବା ଅସନ୍ତୋଷରୁ ପୋଲିସ ଏସବୁ ଦିଗ ପ୍ରତି ଉଦାସୀନ ରହିଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଚଳିତ ଥର ଯାତ୍ରା ମୋଟାମୋଟି ଭାବେ ଶାନ୍ତି, ଶୃଙ୍ଖଳାରେ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ସୁଚାଇଛନ୍ତି।

ଏସବୁ ସତ୍ତ୍ଵେ ଅନେକ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କୁ ଲୋକମାନେ ପାନୀୟ ଜଳ, ପ୍ରସାଦ, ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇଥିଲେ। ଡାକ ବାଜିଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସବୁ ପ୍ରକାର ସତର୍କ ସୂଚନା ପ୍ରଦାନ କରିଥିଲେ। ଗତ କିଛି ଦିନର ଜନଗହଳି ଓ ବଜାବଜଣା ର ପ୍ରଦ୍ୟୁଷଣରୁ ଵ୍ରହ୍ମପୁର ଏକ ପ୍ରକାର ନିସ୍ତାର ପାଇଛି ଏବଂ ଯାତ୍ରା ପାଇଁ ଵିଭିନ୍ନ କାର୍ଯ୍ୟର ଚାପ ରହୁଥିବା କର୍ମଚାରୀମାନେ ଆଶ୍ୱସ୍ତି ପାଇଛନ୍ତି।

ଏହି ଯାତ୍ରାବେଳେ ମାନସିକ ବ୍ରତଧାରୀ ଙ୍କ ବାଘ, କୃଷ୍ଣ, ଭୁତ, ଲବକୁଶ, ଶିବ,ରାଧା ବେଶ ଲୋକଙ୍କୁ ଅମୋଦିତ କରିଥିଲା। ସାମୁହିକ ଲଣ୍ଡା ଓ ବୌଦ୍ଧ ଧର୍ମ ପ୍ରଚାର ସଂଘର ସନ୍ୟାସୀ ବେଶ ପ୍ରତି ଥର ଭଳି ଚଳିତ ଥର ମଧ୍ୟ ଯାତ୍ରାରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।