Odiapua.com

ବ୍ରହ୍ମପୁର ଓ ଅର୍ଣ୍ଣପାଳ ସମବାୟ ସଭାପତି ବିଜେପି ହାତେଇଲା

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଓ ଅର୍ଣ୍ଣପାଳ ସେବା ସମବାୟ ସମିତିର ସଭାପତି ପଦ ବିଜେପି ହାତକୁ ଯାଇଛି। ଜିଲ୍ଳା ବିଜେପି ସଭାପତି ହେମନ୍ତ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଭାପତି ନିର୍ବାଚନରେ ବିଜେପି ସଫଳତା ହାସଲ କରିଛି। ବ୍ରହ୍ମପୁର ସେବା ସମବାୟ ସମିତିର ସଭାପତି ପଦ ନିମନ୍ତେ ଅନୁଷ୍ଠିତ ପ୍ରତିଯୋଗିତାରେ ହେମନ୍ତ ପାଢୀଙ୍କ ବ୍ୟକ୍ତିଗତ ସମର୍ଥକ ତଥା ବିଜେପି ସମର୍ôଥତ ପ୍ରାର୍ଥି ଦେବକାନ୍ତ ପରିଡ଼ା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ସମର୍ଥିତ ପ୍ରାର୍ଥି ସ୍ତୁତି ରଂଜନ ପଲାଇଙ୍କୁ ପରାଜିତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ଫଳରେ ଏହି ସମିତି ଅଧିନରେ ଥିବା ବ୍ରହ୍ମପୁର, କେଦାରପୁର ଏବଂ ବେନ୍ତାଳ ପଞ୍ଚାୟତର ଅଧିବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସେହିପରି ଅର୍ଣ୍ଣପାଳ ସେବା ସମବାୟ ସମିତିର ସଭାପତି ଭାବେ ଆଦିକନ୍ଦ ନାୟକ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ସଭାପତି ହୋଇଛନ୍ତି। ଉଭୟ ସଭାପତିଙ୍କୁ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ଶୁଭେଚ୍ଛା ଜଣାଇବା ସହିତ ଉଭୟ ସମିତିର ସମସ୍ତ ଭୋଟର, ଡାଇରେକ୍ଟର ବୋର୍ଡ ମେମ୍ବରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।