Odiapua.com

ବ୍ରହ୍ମପୁରରେ ଇଦ ଉଲ ଫିତର ପାଳନ

ବ୍ରହ୍ମପୁର: ୧୬/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ଆନନ୍ଦ ଉଲ୍ଲାସରେ ପବିତ୍ର ଇଦ ଉଲ ଫିତର ପର୍ବ ପାଳନ କରାଯାଇଛି। ଦୀର୍ଘ ଏକ ମାସ ଧରି ଚାଲିଥିବା ଉପାସନା, ଉପବାସ ଓ ପ୍ରାର୍ଥନା ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆଜି ଉଦଯାପନ ହୋଇଛି। ଧାର୍ମିକ ବିଶ୍ୱାସର ନବମ ମାସରେ ରମଜାନ ବିଧି ପାଳନ ପରେ ଆଜି ଠାରୁ ଜକତ ବିଧି ପାଳନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଇଦଗାହ ପଡ଼ିଆରେ ସମ୍ମୁହିକ ନମାଜ ପାଠ ପରେ ଏହି ପର୍ବର ଶୁଭେଚ୍ଛା ଆଦାନ ପ୍ରଦାନ, ବନ୍ଧୁ ମିଳନ ଏବଂ ଦାନ ପୁଣ୍ୟ ଇତ୍ୟାଦିରେ ସମସ୍ତେ ମଜ୍ଜି ରହିଛନ୍ତି। ବ୍ରହ୍ମପୁରର ମିଲିଟାରୀ ଲାଇନ, କାମ୍ପସାହି, ପାତ୍ର ପେଟା ଠାରେ ମଧ୍ୟ ଅନୁରୂପ ସମାବେଶ ଓ ସମ୍ମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି।

ରମଜାନ ମାସରେ ଧର୍ମବିଦ୍ଧି ଅନୁସାରେ ସଂଯମ,ଉପବାସ, ଉପାସନା,ଧ୍ୟାନ, ମୌନ ଇତ୍ୟାଦି ପାଳନର ଉଦଯାପନ ହୋଇଛି। ପ୍ରତ୍ୟେକ ପରିବାରରେ ସ୍ୱାଦିଷ୍ଟ ଭୋଜନ ସହ ବନ୍ଧୁ ମିଳନର ଆସର ଲାଗିରହିଛି। ଦୀର୍ଘ ଏକ ମାସର ନିଷ୍ଠାର ପ୍ରାର୍ଥନା ପରେ ପୁଣ୍ୟଦାନ , ସୁଖ ଶାନ୍ତି ପ୍ରଦାନ ନିମନ୍ତେ ଆଜିର ସମ୍ମୁହିକ ପ୍ରାର୍ଥନା ଉତ୍ସର୍ଗ କରାଯାଇଥିଲା।