Odiapua.com

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ : କିଶୋର ପଟେଲ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ବିଜେପି ତରଫରୁ ରାଧାରାଣୀ ପଣ୍ଡା ଏବଂ ବିଜେଡ଼ି ପ୍ରାର୍ଥୀଭାବରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏବେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ତେବେ କଂଗ୍ରେସର ପୁରୁଣା ଗଡ଼ରେ କିଶୋର ପଟେଲଙ୍କ ଭଳି ଅନୁଭବୀ ନେତା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଉଭୟ ବିଜେଡି ଏବଂ ବିଜେପିକୁ କଡ଼ା ଟକ୍କର ଦେବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।

ଏବେ ଏହି ଉପନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦୀତା ହେବାର ଆଶା କରାଯାଉଛି।