Odiapua.com

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଓଡ଼ିଶାର ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନର। ଏହି ଆସନଟି କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ୩୧ ଡିସେମ୍ବର ୨୦୨୧ ରୁ ଖାଲି ପଡ଼ିଛି।
ତେବେ ବିଜ୍ଞପ୍ତି ଅନୁଯାୟୀ, ୦୫ ଜୁନ୍ ୨୦୨୨ (ରବିବାର) ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ କୁହାଯାଇଛି। ତେବେ ତେବେ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା।

– ୧୧ ମଇ, ୨୦୨୨ (ବୁଧବାର), ନାମାଙ୍କନ ପତ୍ର ଦାଖଲ।
– ୧୨ ମଇ, ୨୦୨୨ (ଗୁରୁବାର), ନାମାଙ୍କନ ପତ୍ର ଯାଞ୍ଚ।
– ୧୭ ମଇ ୨୦୨୨ (ମଙ୍ଗଳବାର) ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ।
– ୩୧ ମଇ, ୨୦୨୨ (ମଙ୍ଗଳବାର) ମତଦାନ
– ଜୁନ୍ ୩ରେ ଗଣତି