ଭୁବନେଶ୍ୱର ୮/୫ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ବିଧାନସଭାର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି। ଏଥିନେଇ ଶ୍ରୀମତୀ ପଣ୍ଡା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେପି ନଡ୍ଡା, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ବ୍ରଜରାଜନଗର ଉପନିର୍ବାଚନର ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
