Odiapua.com

ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ରାଜ୍ୟ ରେଡକ୍ରସ ରିଲିଫ ପାଣ୍ଠିକୁ ୧୨ ହଜାର  ଟଙ୍କା ପ୍ରଦାନ

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଯେଭଳି ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି  ତାହା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । ଏଥିରେ ସହଯୋଗ କରିବାପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ଆସିଛନ୍ତି ।  ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୁତି ଆରାଧନା ବେହେରା ରାଜ୍ୟ ରେଡକ୍ରସ ରିଲିଫ ପାଣ୍ଠିକୁ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅର୍ଥ  ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ସେ ପ୍ରଦାନ କରିଥିଲେ । ଉକ୍ତ ଟଙ୍କା ନିଜର ସଂଚିତ ଅର୍ଥରୁ ପ୍ରଦାନ କରିଥିଲେ । ଉକ୍ତ ଅର୍ଥ ରାଶି ପ୍ରଦାନ ସମୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ଓ ତାଙ୍କର ଅଭିଭାବକ ପ୍ରଦୀପ କୁମାର ବେହେରା  ଉପସ୍ଥିତ ଥିଲେ ।