Odiapua.com

ବୌଦ୍ଧ : ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବୌଦ୍ଧ – ୧୬/୧୦ (ଓଡ଼ିଆ ପୁଅ/ହୃଦାନନ୍ଦ ମେହେର) -ଭାରସାମ୍ୟ ହରାଇ ବ୍ରିଜ ୱାଲକୁ ପିଟିଲା କାର। ଦୁର୍ଘଟଣାରେ ଜଣକର ମୃତ ଘଟିଥିବା ବେଳେ ଜଣେ ଗୁରୁତର। ମୃତକଙ୍କ ପରିଚୟ ମିଳିନାହିଁ। ଗୁରୁତର ହେଲେ କାର ଚାଳକ ଜିତେନ୍ଦ୍ର ଦାସ। ସୂଚନା ମୁତାବକ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର OD ୧୭ ୭୨୩୦ ନମ୍ୱର ବିଶିଷ୍ଟ ଗାଡ଼ିଟି ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କରଡାକୋଠା ନିକଟରେ ଥିବା ବ୍ରିଜ ୱାଲ କୁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଜଣଙ୍କୁ ପ୍ରଥମେ ସଙ୍କଟାପନ୍ନ ଅବସ୍ଥାରେ ପୁରୁଣାକଟକ ଚିକିତ୍ସାଳୟକୁ ନେବା ପରେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଗୁରୁତର ଜଣକ ହେଲେ ଜୀତେନ୍ଦ୍ର ଦାଶ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।