Odiapua.com

ବୌଦ୍ଧମୂତ୍ତି ସୁରକ୍ଷା ପାଇଁ ଥାନାଧିକାରୀ ଜାରିକଲେ ସତର୍କବାଣୀ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ଚତୁଃପାଶ୍ୱର୍ରେ ଅସୁରକ୍ଷିତ ଭାବେ ପଡିରହିଥିବା ମୂଲ୍ୟବାନ ମୂର୍ତ୍ତିଗୁଡିକର ସୁରକ୍ଷା ପାଇଁ ଥାନାଧିକାରୀ ଅମିତାଭ ଦାଶ ସତର୍କତା ଜାରି କରିଛନ୍ତି। ସମ୍ପ୍ରତି ମୂର୍ତ୍ତିଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ସଜାଗ ରହିବାକୁ ଶ୍ରୀ ଦାଶ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କୁ ଫୋନ ଯୋଗେ ବୁଧବାର ସୂଚୀତ କରିଛନ୍ତି। ପୂର୍ବରୁ ମୂର୍ତ୍ତିଚୋରମାନେ ଏଠାରୁ ଏକାଧିକ ମୂର୍ତ୍ତି ଚୋରି କରିବାରେ ସଫଳ ହୋଇଛନ୍ତି। ସେଗୁଡିକ ଏଯାବତ ଉଦ୍ଧାର କରାଯାଇ ପାରିନାହିଁ। ଏଥିନେଇ ଋଜୁ ହୋଇଥିବା ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ମୂର୍ତ୍ତି ଚୋରଙ୍କ ପ୍ରତି ସ୍ଥାନୀୟ ପୁଲିସ ସତର୍କ ଦୃଷ୍ଟି ରଖିଛି। ମାତ୍ର ଗ୍ରାମବାସୀମାନେ ମଧ୍ୟ ସଦା ସତର୍କ ରହିବା ଆବଶ୍ୟକ ବୋଲି ଶ୍ରୀ ଦାଶ ଚେତାଇ ଦେଇଛନ୍ତି। ବୌଦ୍ଧିବିହାରରେ ଲାଗିଥିବା ସିସିଟିଭିକୁ ଅଧିକ କ୍ରିୟଶୀଳ କରାଯିବ ଓ ଗ୍ରାମବାସୀ ଏଥିନେଇ ଜାଗ୍ରତ ରହିବେ ବୋଲି ଟ୍ରଷ୍ଟି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।