Odiapua.com

ବୋଲେରୋ-ବାଇକ ଧକ୍କା, ଜଣେ ଗୁରୁତର

ହାଟଡିହି ୨୮ । ୬ : ଓରାଳି ଶାଳଣିଆଁ ରାସ୍ତାରେ ଆଜି ବୋଲେରୋ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ରବି ନାୟକ ନାମକ ଜଣେ ଯୁବକ କୌଣସି କାମରେ ତାମ୍ପଳାକୁ ଯାଇ ଫେରୁଥିବାବେଳେ ଓରାଳି ଶାଳଣିଆଁ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ବୋଲେରୋକୁ ଜବଦ କରିଛି ।