Odiapua.com

ବୋଲବମ୍ ଯାତ୍ରା ଚଳିତ ବର୍ଷ ବନ୍ଦ ରହିବ

ପୁରୀ, ୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରାବଣ ମାସ ରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁକୋଣରୁ ବିଭିନ୍ନ ଶୈବ ପୀଠ ରେ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ରୁ କାଉଁରିଆ ମାନେ ଜଳ ଆଣି ଚାଲି ଚାଲି ବିଭିନ୍ନ ଶୈବ ପୀଠ କୁ ଆସିଥାନ୍ତି। ଚଳିତ ବର୍ଷ କୋରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଁରିଆ ମାନେ ବିଭିନ୍ନ ଶୈବ ପୀଠ ରେ କରୁôଥିବା ଜଳ ଲାଗି ଉପରେ କଟକଣା ଜାରି ହୋଇଛି। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ ରହିବ ବୋଲି ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।