Odiapua.com

ବୈଷ୍ଣୋଦେବୀ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍‌ରେ ଲାଗିଲା ନିଆଁ, ୪ ମୃତ, ୨୨ ଗୁରୁତର ଆହତ

ନୂଆଦିଲ୍ଲୀ ୧୩ ମଇ (ଓଡ଼ିଆ ପୁଅ) ଅଜ୍ଞାତ କାରଣରୁ ବୈଷ୍ଣୋ ଦେବୀ ଯାଉଥିବା ତୀର୍ଥଯାତ୍ରୀଙ୍କ ଏକ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ୨୨ ଜଣଙ୍କୁ ପୋଡି ହୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର କଟ୍ରା ନିକଟରେ ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, କାଟ୍ରା ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ନୋମାଇ ନିକଟ ବସ୍‌ରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଜମ୍ମୁକୁ ଯାଉଥିଲେ। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ଅଧିକାରୀମାନେ କହିଛନ୍ତି। ଜାମ୍ମୁ ଅଞ୍ଚଳର ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ଏଡିଜି) ମୁକେଶ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରେ ବିସ୍ଫୋରକ ସାମଗ୍ରୀର ବ୍ୟବହାର ଜଣାପଡି ନ ଥିବା ବେଳେ ଫରେନସିକ୍ ଟିମ୍ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛି।