Odiapua.com

ବୈଷ୍ଣୋଦେବୀ ମନ୍ଦିର ହେଉଛି ସର୍ବଶ୍ରେଷ୍ଠ ସ୍ବଚ୍ଛ ପ୍ରତିଷ୍ଠିତ ସ୍ଥଳ

ନୂଆଦିଲ୍ଲୀ,୦୫/୦୯,(ଓଡ଼ିଆ ପୁଅ ପି ନାଏକ):ଜାମ୍ମୁ-କଶ୍ମୀରର ରିୟାସୀ ଜିଲ୍ଲାରେ ତ୍ରିକୁଟ ପାହାଡ ଉପରେ ଅବସ୍ଥିତ ମାତା ବୈଷ୍ଣ ଦେବୀ ମନ୍ଦିରକୁ ଦେଶରେ ‘ସର୍ବଶ୍ରେଷ୍ଠ ସ୍ବଚ୍ଛ ପ୍ରତିଷ୍ଠିତ ସ୍ଥଳ’ ଘୋଷିତ କରାଯାଇଛି। ଶ୍ରୀ ମାତା ବୈଷ୍ଣ ଦେବୀ ସାଇନ ବୋର୍ଡର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ରାଷ୍ଟ୍ରପତି ସମ୍ମାନ କୋବିଦ, ମନ୍ତ୍ରାଳୟ ଦ୍ବାରା ଆୟୋଜିତ କରାଯାଇଥିବା ‘ସ୍ବଚ୍ଛ ମହୋତ୍ସବ’ ଜରିଆରେ ପୁରସ୍କାର ପ୍ରଦାନ କରାଯିବ। ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ ଏହି ସୂଚନା ମିଳିଛି। ସୂଚନା ଅନୁଯାୟୀ ହଜାରେ ହଜାରେ ସଂଖ୍ଯାରେ ଭକ୍ତମାନେ ପ୍ରତ୍ଯେକ ଦିନ ଏଠାକୁ ଆସିଥାନ୍ତି। ଏହି ଉପଲବ୍ଧି ପାଇଁ ଜାମ୍ମୁ-କଶ୍ମୀରର ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି।

ଜଳଶକ୍ତି ମନ୍ତ୍ରାଳୟ, ପେୟଜଳ ଏବଂ ସ୍ବଚ୍ଛତା ବିଭାଗ ପକ୍ଷରୁ ଗତ ମଙ୍ଗଳବାର ଦିନ ସ୍ବଚ୍ଛ ପ୍ରତିଷ୍ଠିତ ସ୍ଥାନକୁ ର୍ଯାକିଂ ଜାରି କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁ ଏହି ସ୍ଥାନକୁ ଆସୁଥିବାରୁ ଏଠାରେ ପାଣିର କିୟୋସ୍କ ସ୍ଥାପିତ କରିବା ସହ ଅଳିଆ-ଆବର୍ଜନା ସଫା କରିବା କରିବା ପାଇଁ ୧୩୦୦ ସ୍ବଚ୍ଛତା କାର୍ଯ୍ଯକର୍ତ୍ତାମାନେ ମିଶି ଏହି ସ୍ଥାନକୁ ଶୀର୍ଷରେ ରଖିବା ପାଇଁ କ୍ଷମତା ହାସଲ କରିପାରିଛନ୍ତି। ରିପୋର୍ଟ ଅନୁଯାୟୀ ସାଇନ୍ ବୋର୍ଡର ଅଧିକାରୀଙ୍କ କହିବା ଅନୁଯାୟୀ ରାଜ୍ୟପାଳ ସତ୍ୟପାଲ ମଲ୍ଳୀକ୍ ଏହି ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।