Odiapua.com

ବୈଷ୍ଣବ ସାହିତ୍ୟ ଭାବ ଓ ଚଳଣିର ଶୁଦ୍ଧଧାରା, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କରଙ୍କ ପୌାରାହିତ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଗୋଲକ ବିହାରୀ ସାହୁ ଆସରକୁ ଉଦ୍‌ଘାଟନ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ବେଦପାଠ, ପ୍ରାରମ୍ଭିକ ଭଜନ ଓ ସମ୍ପାଦକୀୟ ପାଠ କରିଥିଲେ। ‘ବୈଷ୍ଣବ ସାହିତ୍ୟରେ ଶ୍ରୀ ରାଧାକୃଷ୍ଣ’ ଶୀର୍ଷକ ଆଲୋଚନାଚକ୍ରର ମୁଖ୍ୟ ଅତିଥି ଜାତୀୟ ମାନବାଧିକାର ଯାଜପୁର ସଭାପତି ଓ ସାମ୍ବାଦିକ ଶୁଭକାନ୍ତ ନାୟକ, ମୁଖ୍ୟବକ୍ତା ପାଲାଗାୟକ ବିଶାରଦ ରଞ୍ଜିତ କୁମାର ଦାସ, ସମ୍ମାନିତ ଅତିଥି ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ପଦ୍ୟୁମ୍ନ କୁମାର ରାୟ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମହପାତ୍ର, ଗୟାଧର ପଣ୍ଡା, ଅଧ୍ୟାପିକା ଭାନୁମତୀ ମାଟିଆ, ମନୋଜ କୁମାର ଜେନା, ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ପୂର୍ବତନ ସାହିତ୍ୟ ଏକାଡ଼େମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ବିଜୟ କୁମାର ବହଳୀ ପ୍ରମୁଖ ବୈଷ୍ଣବ ସାହିତ୍ୟ ଭାବ ଓ ଚଳଣିର ଶୁଦ୍ଧଧାରା। ରାଧା ବିନା କୃଷ୍ଣ ଅଧୁରା। ରାଧା ହିଁ ଭକ୍ତ ଓ ଭଗବାନଙ୍କ ଶାଶ୍ୱତ ପ୍ରେମର ପ୍ର୍ରକୃତ ନିଦର୍ଶନ। ଭକ୍ତ ବିନା ଭଗବାନଙ୍କ ସ୍ଥିତି ଅସମ୍ଭବ। ପ୍ରେମର ଅର୍ଥ କେବଳ ଦେବା ମାତ୍ର କିଛି ବି ପାଇବାର ଆଶା ନକରି ବୋଲି ମତ ପ୍ରକାଶ କରିଥିଲେ। ଶିକ୍ଷାବିତ୍ ପୁରୁଷୋତମ ଧଳ ଓ ବିଧିବକ୍ତା ମନୋରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ନାରାୟଣ ଚନ୍ଦ୍ର ପାଢ଼ୀ, ବୀଣାପାଣି ତ୍ରିପାଠୀ, ଗୌରାଙ୍ଗ ଚନ୍ଦ୍ର ବାରିକ, ମାନସୀବାଳା ସୂତାର, ଜଗନ୍ନାଥ ନାୟକ, ରମାକାନ୍ତ ପାଳ, ସାବିତ୍ରୀ ବାନାର୍ଜୀ, ବୈକୁଣ୍ଠନାଥ ଓଝା, ରମେଶ ଚନ୍ଦ୍ର ଦାସ, ସୁରଞ୍ଜନ ପଣ୍ଡା, ମୁସ୍ତକ୍ ଗହ୍ୱର, ଶେଖ ଅବଦୁଲ ଦୟାନ, ନରେଶ ଚନ୍ଦ୍ର ଲେଙ୍କା, ମାନସ ରଞ୍ଜନ ପଣ୍ଡା, ଶଶାଙ୍କ ଶେଖର ପଣ୍ଡା, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଅଂଶୁମାନ ସ୍ୱାଇଁ, ସୁବାସ ଚନ୍ଦ୍ର ବଳ, କୈଳାସ ଦାସ, ସୁମିତ୍ରା ପାଣି, ପିତାମ୍ବର ଦାଶ, ସଂଗ୍ରାମ କେଶରୀ ସେନାପତି, ମଧୁସୂଦନ ମହାପାତ୍ର, ବିପ୍ଳବ ହୋତା, ଦିଲିପ ନାୟକ, ସଂଯୁକ୍ତା ଯାଦବ, ସୁରେଶ କୁମାର ସାହୁ ପ୍ରମୁଖ ୬୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। ମଂଚ ଆବାହନ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଭଜନ ପରିବେଷଣ ମିିନତୀ ବାରିକ, ମଂଚ ପରିଚାଳନା ସହସମ୍ପାଦିକା ମମତା ରାଣୀ ଦାଶମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା।