Odiapua.com

ବୈଦୁତିକ ଗଣମାଧ୍ୟମରେ ମିଥ୍ୟା ବିବୃତି ଦେଇ ଯୁବକ ଅଡ଼ୁଆରେ, କୋର୍ଟରେ ମାମଲା ରୁଜୁ, ହାଜର ପାଇଁ କୋର୍ଟର ସମନ ଜାରି

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ଦୌଲତପୁର ପଂଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର ସୁବାସ ଦାସ ନାମକ ଜଣେ ଯୁବକ ବୈଦୁତିକ ଗଣମାଧ୍ୟମରେ ସେହି ଗ୍ରାମର ଆଇନଜୀବୀ ତଥା ସମିତିସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତିଙ୍କ ନାମରେ ମିଥ୍ୟା ବିବୃତି ଦେଇ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି। ଏ ନେଇ ଗୋପବନ୍ଧୁ ସେନାପତି ଭଦ୍ରକ ଏସଡିଜେଏମଙ୍କ କୋର୍ଟରେ ଏକ ମାନହାନୀ ମାମଲା ଆଇସିସି ୨୮୮/୨୪ ରୁଜୁ କରିଛନ୍ତି। ମାନ୍ୟବର କୋର୍ଟ ଆବେଦନକୁ ଗ୍ରହଣ କରି ଅପରପକ୍ଷ ସୁବାସ ଦାସଙ୍କୁ ୨୬.୦୩.୨୫ରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି। ଆବେଦନରୁ ଜଣାପଡ଼ିଛି ଯେ, ସୁବାସ କିଛିଦିନ ତଳେ ହଠାତ୍ ଗୋପବନ୍ଧୁ ସେନାପତିଙ୍କ ନାମରେ ଏକ ବୈଦୁତିକ ଗଣମାଧ୍ୟମରେ ମିଥ୍ୟା ବିବୃତି ଦେଇ ତାଙ୍କୁ ବଦନାମ କରିବା ସହିତ ସମ୍ମାନହାନୀ କରାଇଥିଲେ। ଯେଉଁଥିପାଇଁ ଆବେଦନକାରୀ ଗୋପବନ୍ଧୁ ସେନାପତି ୧୦ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା କରିଥିବା ଜଣାପଡ଼ିଛି।