ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ମହିଳା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ସମବାୟର ସଭାନେତ୍ରୀ ଅଳକା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆରଡ଼ି ଶାଖାର ଫ୍ରଂଟ ଅଫିସ ଆସିଷ୍ଟାଂଟ ଶୁଭସ୍ମିତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟକାର୍ଯ୍ୟନିର୍ବାହୀ ସଂଘମିତ୍ରା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ଆୟବ୍ଯୟର ହିସାବ ଫର୍ଦ୍ଦ ଉପସ୍ଥାପିତ କରିଥିଲେ । ଉପସଭାନେତ୍ରୀ ଛଇଳବାଳା ଦାସ ଅଧିକାଂଶ ସଭ୍ୟା ଆବଶ୍ୟକ ସମୟରେ ସମବାୟରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ସଭ୍ୟାମାନେ ମୁଖ୍ୟତଃ ଶକୁନ୍ତଳା ରାଉତ, ଶାନ୍ତିଲତା ଧଳ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ଶେଷରେ ବଧୂଲି ମଞ୍ଜରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି ସାଧାରଣ ସଭାରେ ଧାମରାଶାଖା ପରିଚାଳକ ପ୍ରକାଶ ସାହୁ, ଚାନ୍ଦବାଲିଶାଖା ପରିଚାଳକ ମିହିର ମହାନ୍ତି, ଧୂଷୁରୀଶାଖା ପରିଚାଳକ ଲମ୍ବୋଧର ମଲ୍ଲିକ, ଆରଡ଼ି ଓ ପୀରହାଟ ଶାଖା ପରିଚାଳକ ଯଥାକ୍ରମେ ଜୟନ୍ତ ବେହେରା ଏବଂ ଅମରେନ୍ଦ୍ର ପାଣିଙ୍କ ସମେତ ଗତିକୃଷ୍ଣ ରଣା, ସନ୍ଦୀପ ଯତି, ଜଗନ୍ନାଥ ବାରିକ, ଅମୂଲ୍ୟ ପରିଡା, ମୁର୍ଣ୍ମୟ ଜେନା, ବିଷ୍ଣୁ ମହାଳିକ, ଶ୍ରୀକାନ୍ତ ଦାସ, ସୁବ୍ରତ ଗୋଛାୟତ, ପ୍ରତାପ ପାଣିଗ୍ରାହୀ, ବିଶ୍ୱଜିତ ସାହୁ, ଦେବଶଙ୍କର ସାହୁ, ଚନ୍ଦ୍ରକାନ୍ତ ପଣ୍ଡା, ଲଷ୍ମୀଧର ସାହୁ, ବ୍ରଜ ବିନ୍ଧାଣି, ଭରତ ରଥ, ବସନ୍ତ ସାହୁ, ଚନ୍ଦନ ବେହେରା, ରାଜେନ୍ଦ୍ର ସାହୁ, ବିଷ୍ଣୁ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।