Odiapua.com

ବୈତରଣୀ ନଦୀ କୁଳ ଏକ ପୋଖରୀରୁ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର କଲା ପୁଲିସ

ଯାଜପୁର ୩ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ପୁଲିସ ଅଞ୍ଚଳ ମୁକୁନ୍ଦପୁର ଗ୍ରାମର ବୈତରଣୀ ନଦୀ କୁଳ ର ଏକ ପୋଖରୀ ମଧ୍ୟରୁ ଆଜି କୋରେଇ ପୁଲିସ ଉକ୍ତ ଗ୍ରାମର ବାସୁଦେବ ଦାସଙ୍କ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ପୁତ୍ର ତ୍ରିଲୋଚନ ଦାସ(୧୨) ମୃତ ଦେହକୁ ଉଦ୍ଧାର କରିଛି। ଗତକାଲି ଠାରୁ ଛାତ୍ର ତ୍ରିଲୋଚନ ନିଖୋଜ ଥିବା ନେଇ ମୃତକ ପିତା ବାସୁଦେବ କୋରାଇ ଥାନାରେ ଅଭିଯୋଗ କରିଥିଲେ। ଗ୍ରାମର କିଛି ଲୋକ ଆଜି ଏକ ପୋଖରୀ ପାଣିରେ ତ୍ରଲୋଚନର ମୃତ ଦେହ ଭାସୁଥିବା ଦେଖି ପୁଲିସକୁ ଖବର କରିଥିଲେ। କୋରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତ୍ରିଲୋଚନର ମୃତ ଦେହକୁ ପାଣିରୁ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ବ୍ୟବଚ୍ଚେଦ ପାଇଁ ଦାନଗଦି ଗୋଷ୍ଠୀସ୍ୱାସ୍ଥକେନ୍ଦ୍ର ପଠାଇବା ସହ ମୃତର କାରଣ ଉନମୋଚନ କରିବା ପାଇଁ ଗତକାଲି ମୃତକ ସହ ସାଥି ହୋଇଯାଇଥିବା ଜଣେ ଯୁବକକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରାଯାଉଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ କୋରେଇ ପୁଲିସ ଅଧିନସ୍ଥ ମୁକୁନ୍ଦପୁର ଗ୍ରାମପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ବାସୁଦେବ ସାହୁଙ୍କ ସପ୍ତମ ଶ୍ରେଣୀରେ ପାଠ ପଢଉଥିବା ୧୨ ବର୍ଷର କାଳକ ତ୍ରିଲୋଚନ ଉକ୍ତ ଗ୍ରାମର ୩ଜଣ(ଦୁଇ ଜଣ ବାଳକଏବଂ ଜଣେ ବ୍ୟକ୍ତି)ଙ୍କ ସହ ଏକ ପୋଖରୀରେ ମାଛ ଧରିବାକୁ ଯାଇଥିଲେ। ତ୍ରିଲୋଚନ ସହ ମାଛ ଧରିବାକୁ ଯାଇଥିବା ୩ଜଣ ମାଛ ଧରା କାର‌୍ୟ୍ୟ ସାରି ଘରକୁ ଫେରିଥବବା ବେଳେ ତ୍ରିଲୋଚନ ଘରକୁ ଫେରି ନଥିଲେ। ତ୍ରିଲୋଚନକୁ ତାଙ୍କ ଘର ଲୋକେ ନପାଇ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ କୋରେଇ ଥାନାରେ ଛାତ୍ରର ନିଖୋଜ ମାମଲା ରୁଜୁ କରିଥିଲେ। ଆଜି କିଛି ଗ୍ରାମବାସୀ ତ୍ରିଲୋଚନର ମୃତ ଦେହ ଏକ ପୋଖରୀ ମଧ୍ୟରେ ଭାସୁଥିବା ଦେଖି ଛାତ୍ର ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏସଂପର୍କରେ ପୁଲିସକୁ ଜଣାଇବା ପରେ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଦୃର୍ଘଟଣା ଜନିତ ମୃତ ନା ହତ୍ୟାକାଣ୍ଡ ତାହାକୁ ନେଇ ପୁଲିସ ସନ୍ଦେହରେ ତ୍ରିଲୋଚନ ସହ ମାଛ ଧରିବାକୁ ଯାଇଥିବା ଯୁବକକୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ସୂଚନା ମିଳିଛି।