Odiapua.com

ବୈତରଣୀ ନଦୀରେ ବନ୍ୟାଜଳ କମୁଛି, ଏସକେପ ବୁଲି ଦେଖିଲେ ବିଭାଗୀୟ ଯନ୍ତ୍ରୀ

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା ଓ ଦେଓ ଡ୍ୟାମ ଏବଂ ଆନନ୍ଦପୁର ଡ୍ୟାମ ରୁ ଗେଟ ଖୋଲା ଯାଇ ଥିବାରୁ ବୈତରଣୀ ନଦୀରେ ବନ୍ୟା ଆସିଛି ।ତେବେ ସୋମବାର ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିବା ବେଳେ ସେଠାରେ ବିପଦ ସଂକେତ ତଳେ ୧୮.୧୫ ରେ ବନ୍ୟା ଜଳ ପ୍ରବାହିତ ହେଉଥିଲା ତେବେ ମଙ୍ଗଳବାର ସନ୍ଧ୍ୟା ରେ ବିପଦ ସଂକେତ ତଳେ ୧୭.୭୪ ଅର୍ଥାତ୍ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ତଳିଆ ଅଂଚଳ ରେ ବନ୍ୟା ର ପ୍ରଭାବ ପଡ଼ିବ ନାହିଁ। ମଙ୍ଗଳବାର ଦିନ ଜଳସେଚନ ବିଭାଗ ର ମୁଖ୍ୟଯନ୍ତ୍ରୀ ବିଘ୍ନସ୍ୱର ପୁରୋହିତ,ସହକାରୀ ଯନ୍ତ୍ରୀ ପ୍ରଣବ କୁମାର ନାୟକ,ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା, ଏ ବି ଡି ଓ ଶର୍ମିଷ୍ଠା ମଲ୍ଲିକ, ଏ ସ ଡି ଓ ବିଜୟ ସେଠୀ, କନିଷ୍ଟ ଯନ୍ତ୍ରୀ କିଶୋର ଦାସ,ବିଧାୟକ ପ୍ରତିନିଧି ଅଶୋକ ପୁହାଣ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମନୋଜ ମଲ୍ଲିକ,ସମାଜ ସେବୀ ଚତୃର୍ଭୁଜ ନାୟକ ପ୍ରମୁଖ ଧାମନଗର ନିକଟସ୍ତ ମଲିମାହାରା ଓ ଗୌରାଙ୍ଗପୁର ଏସକେପ ବୁଲି ଦେଖିଥିଲେ ।ତେବେ ଧାମନଗର ରେ ବନ୍ୟା ସମ୍ଭାବନା ନାହିଁ। ଲୋକମାନେ କୌଣସି ଭୟଭୀତ ହେବାର ନାହିଁ ବୋଲି ଏସ ଡି ଓ ଶ୍ରୀ ସେଠୀ ସୂଚନା ଦେଇଥିଲେ।