Odiapua.com

ବୈତରଣୀ ନଦୀରେ ପ୍ରଥମ ବନ୍ୟାପାଣି, ତଳିଆ ଅଂଚଳରେ ଶହଶହ ହେକ୍ଟର ଚାଷଜମି, ବନ୍ୟାପାଣି ବୁଡିଲା ସାରଦ ଧାନତଳି, ଉଛୁଳୁଛି ସାଳନ୍ଦୀ ନଦୀ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉପରମୁଣ୍ଡରେ ଲଗାଣ ବର୍ଷାରେ ତଳ ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍‌ଯାପାଣିରେ ଆରଡି ଅଂଚଳ ସମେତ ୪ଟି ପଂଚାୟତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଂଚାୟତର ତଳିଆ ଅଂଚଳରେ ଶହଶହ ହେକ୍ଟର ଚାଷଜମିକୁ ମାଡିବାରେ ଲାଗିଛି ବନ୍ୟାପାଣି। ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳିବାରେ ଲାଗିଛି। ଫଳରେ ବନ୍ୟାପାଣି ବୁଡିଯାଇଛି ସାରଦ ଧାନତଳି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ପାଣି ଆହୁରି ବଢିବ ବୋଲି ଚାଷୀ କହିଛନ୍ତି। ଏପଟେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କ୍ଷେତରେ ଉଜୁଡିଯିବ ଧାନତଳି। ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳୁଛିବାରେ ଲାଗିଛି। ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳୁଥିବାରୁ ନଦୀ ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ଡଙ୍ଗା କୂଳରେ ଲଂଗର ପକାଇଛି।