Odiapua.com

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ଦଶରଥପୁର ନଦୀ ବନ୍ଧରେ ହେଲା ୫୦ ଫୁଟର ଘାଇ

ଯାଜପୁର୨୨ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲଘୁଚାପ ବର୍ଷା ଲଗାତାର ୩ଦିନ ହେବାକାରଣରୁ ବୈତରଣୀ ନଦୀର ଜଳସ୍ତର ବିବଦ ସଙ୍କେତ ମଧ୍ୟରେ ରହିଥିବା ବେଳେ ନଦୀ ଜଳସ୍ତର ବୃଦ୍ଧି କାରଣରୁ ଦଶରଥ ପୁର ବ୍ଲକ ନଦୀ ବନ୍ଧରେ ଏକ ୫୦ ଫୁଟର ଘାଇ ହୋଇଥିବା ସୂଚନା ମିଳିଛି।

ଆଖୁଆପଦା ଜଳସେଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ବୈତରଣୀ ନଦୀରେ ଜଳସ୍ତର ବିପଦ ସେଂଙ୍କେତ ୧୭-୮୩ ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭-୮୦ ରହିଥିବା ବିଭାଭୀୟ ଯନ୍ତ୍ରୀ ଠାରୁ ସୂଚନା ମିଳିଛି।

ଲଘୁଚାପ ବର୍ଷାରେ ଜିଲ୍ଲାର ଯାଜପୁର, କୋରାଇ, ରସୁଲପୁର, ବଡଚଣା, ଦାନଗଦ ଆଦି ବ୍ଲକ୍ ରେ ବହୁ ଚାଷ ଚମି ଗୁଡିକରେ ବର୍ଷା ଜଳ ମାଡି ରହିବା ସହ କୁତ୍ରିମ ବନ୍ୟା ସୁଷ୍ଟି ହୋଇଥିବା ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହେବା ଦେଖିବାକୁ ମିଳିଛି।

ସେହିପରି ବୈତରଣୀ ନଦୀରେ ଜଳସ୍ତର ବୁଦ୍ଧି ହେବାରୁ ଦଶରଥପୁର ବ୍ଲକ୍ ଦୁଦୁରଅନ୍ତା ପଞ୍ଚାୟତ କଣ୍ଟପଡା ଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ବହୁ ଚାଷ ଚମି ବନ୍ୟା ପାଣିରେ ବୁଡି ରହିବା ଦେଖିବାକୁ ମିଳିଛି। ଏହ ନଦୀ ବନ୍ଧରେ ଏହାକୁ ମିଶାଇ ୬ଷ୍ଟ ଥର ଘାଇ ହେବା ସୂଚନା ମିଳିଛି।

ପୁଣି ଆଗାମୀ ୨୪ ତାରିଖରେ ଏକ ଲଘୁ ଚାପ ସୃଷ୍ଟି ହେବାକୁ ଯାଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ସୂଚନାକୁ ଶୁଣି ଏଠାକାର ବାସିନ୍ଦା ଆତଙ୍କୀତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ମିଳିଛି।