Odiapua.com

ବୈତରଣୀ ନଦୀରେ ଗାଧୋଉଥିବାବେଳେ ଯୁବକଙ୍କ ମୃତ୍ୟୁ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧୂଷୁରୀଥାନା ଅଧିନସ୍ଥ ଆରଡ଼ି ଫାଣ୍ଡି ଅଂଚଳର ଦୋହରାପାଟଣା ଗ୍ରାମରେ ଆଜି ମଧ୍ୟାହ୍ନରେ ବିଭୁ ନାୟକ(୨୦) ତାଙ୍କ ସାଂଗ ମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇ ଯାଇଥିବାବେଳେ ଅଥଳ ପାଣିରେ ନଦୀଭିତରକୁ ଚାଲିଯାଇଥିଲେ। ତେବେ ବିଭୁଙ୍କୁ କୁମ୍ଭୀର ଝାମ୍ପିନେଇଥିବାର ଆଶଙ୍କା କରି ସାଂଗମାନେ ନଦୀଭିତରକୁ ନଯାଇ ଉପରକୁ ଆସି ସ୍ଥାନୀୟ ଲୋକମାନଙ୍କୁ ଡ଼ାକିଥିଲେ। ଅନେକ ସମୟ ଡ଼ଙ୍ଗାମାଧ୍ୟମରେ ଗ୍ରାମଲୋକମାନେ ଖୋଜା ଖୋଜି କରି ନିରୁପାୟ ହୋଇ ଧାମନଗର ଅଗ୍ନିଶମ ବିଭାଗକୁ ସୂଚନାଦେବାପରେ ଅଗ୍ନିଶମ ବିଭାଗ ପହଂଚି ଗ୍ରାମବାସୀଙ୍କ ସହ ଖୋଜାଖୋଜି କରିଥିଲେ। ଶେଷର ବିଭୁର ଶବକୁ ମଧ୍ୟ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦପାଇଁ ଭଦ୍ରକ ପଠାଇଥିଲେ।