Odiapua.com

ବୈତରଣୀ ନଦୀରୁ ବୁଦ୍ଧମୂର୍ତ୍ତି ଉଦ୍ଧାର

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ବୈତରଣୀ ନଦୀରୁ ବୁଦ୍ଧମସ୍ତିସ୍କ ମୂତ୍ତି ଉଦ୍ଧାର କରାଯାଇଛି । ଗ୍ରାମର କୁନି ଯେନା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ପଡିଥିବା ମୂର୍ତ୍ତି ଉଦ୍ଧାର କରି ଘରକୁ ଆଣିଥିଲେ । ସୂଚନା ପାଇ ବିଶ୍ୱମ୍ଭର ରାଉତ ମୂର୍ତ୍ତିକୁ ଷୋଳମପୁର ବୌଦ୍ଧବିହାର ସଂଗ୍ରହାଳୟକୁ ଆଣିଥିଲେ । ମୂର୍ତ୍ତିଟି ୯ମ ଶତାଦ୍ଦୀର ବୋଲି ପ୍ରତ୍ନତତ୍ତ୍ୱବିତ ଡ. ସୁନିଲ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । କ୍ରମାଗତ ଭାବେ ଉଦ୍ଧାର ହେଉଥିବା ବୁଦ୍ଧମୂର୍ତ୍ତି ଯୋଗୁଁ ବୌଦ୍ଧବିହାର ସଂଗ୍ରହାଳୟ କଳେବର ବୃଦ୍ଧି ପାଇବାରେ ଲାଗିଛି ।