Odiapua.com

ବୈତରଣୀ ଓ ଶାଖା ନଦୀରେ ୩ ଘାଇ ସୃଷ୍ଟି

ଯାଜପୁର୨୮ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ୩ ଗୋଟି ଘାଇ ସୃଷ୍ଟି ହୋଇଛି। ଦଶରଥପୁର ବ୍ଳକର କମଳପୁର ଓ ଦତ୍ତପୁର ଏବଂ ଯାଜପୁର ବ୍ଳ୍‌କର ସିମିଳିଆ ଠାରେ ଘାଇ ସୃଷ୍ଟି ହେବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ କୁମାର ଦାସ, ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ବି-ଡି-ଓ- ସୈାରଭ ଚକ୍ରବର୍ତ୍ତୀ, ତହସିଲଦାର ସୁଶାନ୍ତ ପତି, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରମୁଖ ଘାଇ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର ଓ ଥଇଥାନ ସଂପର୍କରେ ଆଲୋଚନା କରିଥିଲେ। ସେହିପରି ଦତ୍ତପୁର ଠାରେ ସୃଷ୍ଟି ହୋଇଥିବା ଘାଇ ସ୍ଥଳକୁ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲାପାଳ, ଆଇ-ଏ-ଏସ୍‌- ପ୍ରୋବେସନର, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଦଶରଥପୁର ବି-ଡି-ଓ- ନାରାୟଣ ନାୟକ, ତହସିଲଦାର ସୈାରଭ ବେହେରା, ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ ପ୍ରମୁଖ ପରିଦର୍ଶନ କରିବା ସହ ପାଣି ଘେରରେ ଥିବା ଲୋକ ମାନଙ୍କୁ ଉଦ୍ଧାର ଓ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିଥିଲେ। ଅପର ପକ୍ଷରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବ୍ଳକକୁ ନିରନ୍ତର ପରିଦର୍ଶନ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କୁ ରିଲିପଂ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ତୁରନ୍ତ ଗୋ-ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପର ପକ୍ଷରେ ଜଳମଗ୍ନ ଅଞ୍ଚଳରେ ୩ ଦିନ ପାଇଁ ରିଲିପଂ ପ୍ରଦାନ ପାଇଁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ତେବେ ଏହି ରିଲିପଂ, ରନ୍ଧା ଖାଦ୍ୟ ଇତ୍ୟାଦି ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ବଣ୍ଟନ ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁ ବ୍ୟାପକ କୃଷି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ କୃଷି ଓ ରାଜସ୍ୱ ଅଧିକାରୀ ମାନେ ପ୍ରାଥମିକ ଭାବେ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଊଦ୍ଧାର କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କ ସହ ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ, ବିଭିନ୍ନ ସାମାଜିକ କର୍ମୀ ମାନେ ନିରନ୍ତର ଉଦ୍ୟମ କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ପ୍ରକ୍ରିୟା ନିରବଚ୍ଚ୍ଥିନ୍ନ ଭାବେ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାର ଲୋକମାନେ ବେଶ ଶୃଙ୍ଖଳିତ ଓ ବନ୍ୟା ପରିସ୍ଥିତି ସହ ବେଶ୍ ପରିଚିତ ଥିବାରୁ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।