Odiapua.com

ବୈତରଣୀ ଓ କୋଚିଳା ର ବନ୍ୟା ନିୟନ୍ତ୍ରଣ ପାଇଁ ଦାବି ଉଠାଇଲା କଂଗ୍ରେସ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାକୃତିକ ବିପର୍ଯ୍ୟୟ କୁ ବାରମ୍ବାର ସାମନା କରୁଥିବା ଧାମନଗରରେ ବନ୍ୟା ନିୟନ୍ତ୍ରଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି।ଶନିବାର ଧୂଷୁରୀ ସ୍ଥିତ ହୃଦାନନ୍ଦ ପାଠାଗାର ପରିସରରେ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢ଼ୀ ଙ୍କ ପୌରହିତ୍ୟରେ ସାମ୍ବାଦିକ ସମ୍ମିଳନୀରେ ଦଳ ବନ୍ୟା ନିୟନ୍ତ୍ରଣ ଏବଂ ଗମନାଗମନ ଉପରେ ଗୁରୁତ୍ୱାରୋପ କରିଛି।କଂଗ୍ରେସ ଅଭିଯୋଗ ଆଣିଛି ଯେ ଯାଜପୁର ଜିଲ୍ଲାକୁ ସୁରକ୍ଷା ଦେବାକୁ ଯାଇ ବୈତରଣୀ ନଦୀର ଡ଼ାହାଣ ପାର୍ଶ୍ୱ ବନ୍ଧ କୁ ଭଦ୍ରକ ପାର୍ଶ୍ୱ ଅପେକ୍ଷା ଅଧିକ ଦୃଢ଼ ଏବଂ ପ୍ରଶସ୍ତ କରାଯାଇଛି।ଡ଼ାହାଣ ପାଖ ଭଳି ବାମ ପାଖ ବୈତରଣୀ ନଦୀ ବନ୍ଧକୁ କରାଯାଉ।ଧାମନଗର ବାସୀ ଙ୍କୁ ବନ୍ୟାରୁ ବଂଚାଇବା ପାଇଁ ମାଷ୍ଟର ପ୍ଲାନ କରାଯାଉ ଏବଂ ସମସ୍ତ ନଦୀ ଯଥା ବୈତରଣୀ,ଗେଙ୍ଗୁଟି,କୋଚିଳା,ରେବ, କପାଳି ଆଦିର ଶଯ୍ୟା ଖନନ କରାଯାଉ।ନଦୀ ସହ ନଦୀକୁ ସଂଯୋଗ କରିବା ସହ ନଦୀରୁ କେନାଲ ପ୍ରକଳ୍ପର ପରିକଳ୍ପନା କରାଯାଉ।ଯାହା ଫଳରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବ ଏବଂ ମରୁଡ଼ି ସମୟରେ ଜଳସେଚନ ସୁବିଧା ମିଳି ପାରିବ।ବୈତରଣୀ ଓ କୋଚିଳା ର ମଝିରେ ଥିବା ତିନି ପଂଚାୟତର ଧନଜୀବନ ସୁରକ୍ଷା ପାଇଁ ଘେରି ବନ୍ଧ ନିର୍ମାଣ ଦାବି କରିଛି ଦଳ।ସେହିପରି ଅଧା ନିର୍ମାଣରେ ଅଟକି ଥିବା ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ କାର୍ଯ୍ୟ ତୁରନ୍ତ ଶେଷ କରିବା ସଙ୍ଗେ ସଙ୍ଗେ ଖରାପ ଅବସ୍ଥାରେ ଥିବା ଧାମନଗର ଅଂଚଳର ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ କଂଗ୍ରେସ ନେତୃତ୍ୱ ଦାବି କରିଛନ୍ତି।ବରିଷ୍ଠ କଂଗ୍ରେସ ନେତା ଡାକ୍ତର ବିଦ୍ୟାଧର ଯେନା,ବରିଷ୍ଠ ଆଇନଜୀବୀ ଶଶୀଭୂଷଣ ପଣ୍ଡା,ପ୍ରାକ୍ତନ ସରପଂଚ ପରମାନନ୍ଦ ସାଏନ୍ତ ପ୍ରମୁଖ ସମ୍ମିଳନୀରେ ଯୋଗ ଦେଇଥିଲେ।