Odiapua.com

ବୈତରଣୀ ଆନିକଟ ପରିଦର୍ଶନ କଲେ ବିଧାୟକ

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଉପର ମୁଣ୍ଡରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଯଦିଓ ବନ୍ୟାଜଳ ଜନବସତି ମୁହାଁ ହୋଇ ନାହିଁ ତଥାପି ବୈତରଣୀ ଫୁଲୁଥିବା କାରଣରୁ ଏଥିପାଇଁ ଜଳସମ୍ପଦ ବିଭାଗ ସଂପୂର୍ଣ୍ଣ ସଜାଗ ହୋଇଛି। ଆଜି ଆଖୁଆପଦା ଆନିକଟ ଠାରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପହଂଚି ବନ୍ୟା ପରିସ୍ଥିତି ସମ୍ପର୍କରେ ଜଳସମ୍ପଦ ବିଭାଗ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷ କରି ନଦୀରେ ଅଧିକ ବନ୍ୟାଜଳ ଆସିଲେ ବିଭାଗ ଯୁଦ୍ଧକାଳୀନ ଭିତିରେ କେଉଁ ଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ସେନେଇ ଶ୍ରୀ ମଲ୍ଲିକ ସମୀକ୍ଷା କରିଛନ୍ତି। ଏହାଛଡା ନଦୀବନ୍ଧର ଦୁର୍ବଳ ସ୍ଥାନ ସହିତ କଂଟି ଏସକେପ ଓ ବାଲିପୋଖରୀ ଏସକେପ ସମ୍ପର୍କରେ ବିଧାୟକ ଆଲୋଚନା କରିଥିଲେ। ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ସହକାରୀ ମୁଖ୍ୟ ଯନ୍ତ୍ରୀ ପ୍ରଣ୍ୱ ପ୍ରକାଶ ନାୟକ,ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼େଇ, ସହକାରୀ ନିର୍ବାହୀ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା,ବିଜୟ କୁମାର ସେଠୀ, ଚୈତନ୍ୟ ଚରଣ ଜେନା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସ,ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସରପଂଚ ପରମାନନ୍ଦ ନାୟକ,ସୌମ୍ୟରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।