Odiapua.com

ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ

ଯାଜପୁର୧୯ା୦୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବରୁଣ୍ଡେଇ ଡାକ୍ତରଖାନା ପଡିଆରେ ଆଜି ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚ୍‌ରେ ଟାଟା ମାଇନ୍ସ ଯାଜପୁର ଓ ଆନନ୍ଦ କ୍ଲବ ଆନନ୍ଦପୁର କେନ୍ଦୁଝରକୁ ୩-୧ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛି ।

 

ଏହି ଟୁର୍ଣ୍ଣାମେଂଟରେ ମୋଟ ୮ ଟି ଦଳ ଭାଗ ନେଇଥିବା ବେଳେ ଆଜିର ପ୍ରଥମ ମ୍ୟାଚ୍ ଟାଟା ମାଇନ୍ସ ଯାଜପୁର ଓ ଆନନ୍ଦ କ୍ଲବ ଆନନ୍ଦପୁର କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟାଟା ମାଇନ ଦଳ ପ୍ରଥମାର୍ଦ୍ଧରେ ୩ ଗୋଲ ସ୍କୋର କରିଥିବା ବେଳେ ଆନନ୍ଦପୁର କେନ୍ଦୁଝର ଦଳ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ଗୋଲ ଦେଇ ୩-୧ ଗୋଲରେ ପରାଜୟ ହୋଇଥିଲା । ଆଜିର ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗଦେଇ ଟୁ୍‌ର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶିକ୍ଷକ ଅଭୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଅତିଥି ଭାବେ ସରପଂଚ ସୌଭାଗ୍ୟ କୁମାର ମହାନ୍ତି, ପୂର୍ବତନ ସରପଂଚ ଉଦୟ ନାଥ ପରିଡ଼ା, ସରପଂଚ ସୁରେଖା ସେଠୀ, ସମିତି ସଭ୍ୟ ସେକ୍ ଜହର ଅଲ୍ଲୀ, କୁଳମଣୀ ଦାସ, ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ସୁବାଷ ଧଳ, ସଂଜିବ କୁମାର ନାୟକ, ଅଶୋକ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା କାଲି ସୁପ୍ରିମ କ୍ଳବ ଅଡ଼ଶପୁର କଟକ ସହ ଏମଏସ ଇଲେଭେନ୍ ଭୂବେନଶ୍ୱର, ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଆଜିର ଖେଳକୁ ତାଜୁଦ୍ଦିନ ଖାଁ ଖେଳ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ପ୍ରସାଦ ବାରିକ ଓ ହେମନ୍ତ କୁମାର ଦାସ ଏ ଆଇ ୱାନ୍ ଭାବେ ସହଯୋଗ କରିଥିଲେ । ଆସୋସିଏସନ ପକ୍ଷରୁ ଡ଼ଃ ଚିନ୍ତାମଣୀ ଜେନା, ବିଷ୍ଣୁ ଚରଣ ଖଣ୍ଡାଇ, କିଶୋର କୁମାର ମହାନ୍ତି, ସୁରେନ୍ଦ୍ର କୁମାର ପାଣୀ, ବାମଦେବ ନାୟକ, ପ୍ରଶାନ୍ତ କୁମାର ସାହୁ, ଗୋପବନ୍ଧୁ ମହାପାତ୍ର, ମଦନ ମୋହନ ପଣ୍ଡା, ମାନସ ଦାଶ, ଅଜୟ କୁମାର ପରିଡ଼ା, ଅଶୋକ କୁମାର ମହାନ୍ତି, ଆଲୋକ କୁମାର ମଲିକ, ଅରୁଣ କୁମାର ମହାପାତ୍ର, ପ୍ରଭାତ କୁମାର ସିଂହ, ବୁଲୁ ପରିଡା, ଗଣନାଥ ପରିଡ଼ା, ବିଦ୍ୟାଧର ମହାପାତ୍ର, ତପନ ପାଣିଗ୍ରାହୀ, ମାନସ ରଞ୍ଜନ ସାହୁ, ରଘୁନାଥ ବାରିକ, ଶରତ କୁମାର ସିଂହ, ଆଲୋକ ବାରିକ, ଗୋପିନାଥ ଜେନା ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ଖେଳରେ ନିରଜଂନ ଚକ୍ରବର୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ ।