Odiapua.com

ବୈତରଣୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତର ମଢିଆଳି ଗ୍ରାମର ଫକିର ମୋହନ ଦାଶ(୭୫) ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଫକିରଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ଫକିରଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନଦୀର କୂଳକ୍ଷୟ ଯୋଗୁଁ ଗଭୀରତା ସୃଷ୍ଟି ହୋଇଥିଲା । ଏଥି ଯୋଗୁଁ ଫକିରଙ୍କ ଜୀବନ ଗଲା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।