Odiapua.com

ବେଳାଭୂମୀ ଚଳଚଞ୍ଚଳ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୀର୍ଘ ୫ ମାସରୁ ଉର୍ଦ୍ଧ ବେଳାଭୂମୀ ଅଂଚଳ ରେ ଥିବା ବିଭିନ୍ନ ହୋଟେଲ ଗୁଡିକ ବନ୍ଦ ରହିଥିଲା। ଏବେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଗତ ୨ ଦିନ ହେବ ସହରର ହୋଟେଲ ଲଜିଂ ରେଷ୍ଟୁରାଂଟ ଖୋଲାଯିବା ପରେ ବେଳାଭୂମୀ ଅଂଚଳରେ ପୁନରାୟ ଗହଳି ଚହଳି ଆରମ୍ଭ ହୋଇଯାଇଛି। ଯଦିଓ ସହରକୁ ସ୍ୱାବାଭିକ ଭାବେ ଟ୍ରେନ ବସ ଚଳାଚଳ ଆରମ୍ଭ ହୋଇନଥିଲେ ମଧ୍ୟ କିଛି ପର୍ଯ୍ୟଟକ ନିଜ ଗାଡିରେ ଆସିବା ଆରମ୍ଭ କରିଛନ୍ତି। ଯେଉଁ ବେଳାଭୂମୀ ଖାଁ ଖାଁ ଲାଗୁଥିଲା ଆଜି ତାହା କୋଳାହଳରେ ପରିଣତ ହୋଇଛି। କିଛି ପର୍ଯ୍ୟଟକ ମଧ୍ୟ ବେଳାଭୂମୀରେ ସ୍ନାନ ର ମଜା ନେଉଥିବା ଦେଖାଯାଇଥିଲା। ଆସନ୍ତା ୧୨ ତାରିଖରୁ ପୁରୀରୁ ଅହମଦାବାଦ ଏକ୍ସପ୍ରେସ ଓ ଅନ୍ୟ ଏକ ରେଳ ଦୁର୍ଗ ଯାତାୟାତ କରିବ ବୋଲି ରେଳବାୟୀ ସୂତ୍ରରୁ ଜଣାଯାଇଛି। କୋଭିଡ୍ ଆଇନ ଅନୁଯାୟୀ ସାମାଜିକ ଦୂରତା ଓ ସାନିଟାଇଜର ନେଇ ଯାତ୍ରୀମାନେ ମାସ୍କ ପିନ୍ଧି ପ୍ଲାଟଫର୍ମକୁ ପ୍ରବେଶ କରିବେ ବୋଲି ସୂଚନା ମିଳିଛି। ଟ୍ରେନର ବଗି ଗୁଡିକ ବିଶୋଧନ କରାଯିବା ସହ ରେଳ ଷ୍ଟେସନକୁ ମଧ୍ୟ ବିଶୋଧନ କରାଯିବାର ସୂଚନା ରହିଛି। ଟ୍ରେନ ଚଳାଚଳ କଲେ ପୁରୀ ସହରକୁ ଧିରେଧିରେ ପର୍ଯ୍ୟଟକ ମାନଙ୍କର ଆଗମନ ସଂଖ୍ୟା ବୃଦ୍ଧି ପାଇବ। ଟ୍ରେନ ଚଳାଚଳ କଲେ ଅଟୋ ଓ ଟ୍ୟାକ୍ସି ଚାଳକ ମାନଙ୍କର ଧିରେଧିରେ ଆର୍ଥିକ ସ୍ଥିତି ସୁଦୃଢ ହେବ।