Odiapua.com

ବେଳାଭୂମିରୁ ମୃତ ଦେହ ଜବତ

ପୁରୀ, ୧୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସମୁଦ୍ର ବେଳାଭୂମିରୁ ବିଆପଣ୍ଡା ଥାନା ପୁଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର କପିଳେଶ୍ୱର କୁମ୍ଭାରପଡା ଅଂଚଳର ଭାସ୍କର ମୁଦୁଲି ବୋଲି ଜଣାପଡିଛି। ସୋମବାର ଦିନ ଭାସ୍କର ପୁରୀ ଆସି ବଳିଆପଣ୍ଡା ସ୍ଥିତ ସମୁଦ୍ର ବେଳାଭୂମିରେ ଶୋଇଥିଲେ। ରାତି ପର୍ଯ୍ୟନ୍ତ ଏକାକୀ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଭାସ୍କରକୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ନେିଥିଲେ। ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣ କରିଥିଲେ। ପୁଲିସ ଘଟଣାସ୍ଥଳର ପାରତପାଶ୍ୱିର୍କ ଅବସ୍ଥା ଯାଂଚ କରିବା ବେଳେ ବାଲିରେ ଲେଖାଯାଇଥିବା ଫୋନ ନମ୍ବରରୁ ତାଙ୍କର ପରିଚୟ ଜାଣିପାରିଛି। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ କହିଛି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।