Odiapua.com

ବେପାରୁଆ ଗାଡି ଚାଳକଙ୍କୁ ଏକ ବର୍ଷ କାରାଦଣ୍ଡ

ମାଲକାନଗିରି,୨ା୧(ଓଡିଆ ପୁଅ ) ଆଜି ମାଲାକନଗିରି ସହକାରି ଦୌରାଜଜ ତଥା ମୁଖ୍ୟବିଚାର ବିଭାଗ ଦଣ୍ଡାଧିଶ ଶ୍ରୀ ଦେବାଶିଶ ପଣ୍ଡା ଦୃତଗତିରେ ବେପାରୁଆ ଭାବେ ଗାଡିଚଳା ନା ପାଇଁ ଜଣେ ଗାଡି ଚାଳକଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ୧୩ ।୭ା ୨୦୧୫ ମସିହାରେ ଓରକେଲ ଥାନାସ୍ଥ ଚିତାପାରି ପଚାଂୟତ ଯୋଗିପୁଟ ଗ୍ରାମର ଦେବଖରା ନାମକ ବ୍ୟକ୍ତି ଏକ କମାଣ୍ଡର ଗାଡି ଭଡା କରି ସେଥିରେ ଘରକାମ ପାଇଁ ସିମେଟଂ ,ଟିଣ ନିଜ ଘରକୁ ନେଇକି ଯାଉଥିଲେ । ଗାଡି ଚାଳକ ଦୃତଗତିରେ ବେପାରୁଆ ଭାବେ ଗାଡି ଚଳାଇ ଗାଁ ଭିତରକୁ ଯିବା ବେଳେ ଗାଡିରେ ବସିଥିବା ଦେବଖରା ତଳକୁ ଖସିପଡିଥିଲେ ତାଙ୍କଉପରେ ଟିଣଗୁଡିକ ପଡିଯାଇଥିଲା ,ସେ ଗୁରୁତର ଭାବେ ଆହତ ହୋଇଥିଲେ । ମେଡିକାଲ ନେବା ବାଟରେ ଦେବଖରାଙ୍କର ମୃତ୍ୟୁ ଘଟିଥିଲା । ଏ ସଂପର୍କରେ ଦେବଖରାଙ୍କ ଭାଇ ମୁକୁନ୍ଦ ଖରା ଓରକେଲ ଥାନାରେ ଏତଲା ଦେଇଥିଲେ । ପୁଲିସ କୋରକୁଣ୍ଡା ଗ୍ରାମର କମାଣ୍ଡର ଗାଡିଚାଳକ ରାମଭୁୟାଁ ଙ୍କୁ ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହି କେସର  ଆଜି ବିଚାର ଥିଲା ,ମୋଟ ୧୦ଜଣ ସାକ୍ଷି ଙ୍କ ବୟାନକୁ ଭିତିକରି ସହକାରି ଦୌରାଜଜ ତଥା ମୁଖ୍ୟବିଚାର ବିଭାଗ ଦଣ୍ଡାଧିଶ ଶ୍ରୀ ଦେବାଶିଶ ପଣ୍ଡା ବେପାରୁଆ ଭାବେ ଗାଡିଚଳାନା ପାଇଁ ଜଣେ ନିରିହ ଲୋକର ପ୍ରାଣଗଲା ବୋଲି ଗାଡିଚାଳକ ରାମଭୂୟାଁ ଙ୍କୁ ଏକ ବର୍ଷକାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି କେସଟିକୁ ସରକାରି ଓକିଲ ଗୋପାଳପଣ୍ଡା ପରିଚାଳନା କରିଥିଲେ ।