Odiapua.com

ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ

ବଡ଼ବିଲ, ତା ୧୬ ଜାନୁଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ବାଲିବନ୍ଧ ଠାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ। ଖବର ଅନୁଯାୟୀ ଟେନସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସଂସ୍କାର ନାମକ ଏକ ଯାତ୍ରୀବାହୀ ବସ୍ ଡ୍ରାଇଭରର ବେପାରୁଆ ଗାଡ଼ି ଚାଳନା ଓ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ବସଟି ରିମୂଳି ଠାରେ ରାତ୍ରି ଭୋଜନ ସମୟରେ ଡ୍ରାଇଭର ଓ ହେଲ୍ପର ମଦ୍ୟପାନ କରି ଦୁହିଁଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହାପରେ ହେଲ୍ପରକୁ ରିମୂଳି ଠାରେ ଛାଡି ଡ୍ରାଇଭର ଓ କଣ୍ଡକ୍ଟର ଗାଡି ନେଇ ଭୁବନେଶ୍ଵର ଅଭିମୁଖେ ଯାଇଥିଲେ।

କିଛି ରାସ୍ତା ଗଲାପରେ ବାଲିବନ୍ଧ ନିକଟରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼କୁ ଖସି ଓଲଟି ପଡିଥିଲା। ଫଳରେ ଅଳ୍ପକେ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି।

 

ଆହତ ଯାତ୍ରୀମାନଙ୍କୁ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଓ ଚମ୍ପୁଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।