Odiapua.com

ବେନିୟମ ଭାବେ ଚାଲିଛି ନୁଆରମ୍ପାସ ଖେଳ ପଡିଆ ନିର୍ମାଣ

ହାଟଡ଼ିହି- ୨୦/୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ନୁଆରମ୍ପାସ ଗ୍ରାମରେ ଥିବା ବାବାଜି ମଠ (ହାଣ୍ଡିଆଶୁଣି ) ଖେଳ ପଡିଆ ବେନିୟମ ଭାବେ ମନରେଗା ଯୋଜନାରେ ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ନୁଆ ରମ୍ପାସ ଗ୍ରାମରେ ଚାଲିଥିବା ଏହି ଖେଳପଡିଆ ମନରେଗା ଯୋଜନାରେ ଚାଲିଥିବାବେଳେ ଏଠାରରେ ଶ୍ରମିକ ନିଯୁକ୍ତି କରାନଯାଇ ମେସିନିରେ କାମ କରୁଥିବାରୁ ଗ୍ରାମର ବେକାରୀ ଯୁବକମାନେ କାମଧନ୍ଦା ପାଇ ପାରୁ ନାହାନ୍ତି। କିଛି ମୁଷ୍ଟିମେୟ ଲୋକ ସରକାରୀ କର୍ମଚାରୀ ମାନଙ୍କୁ ହାତବାରିସୀ କରି ରାତି ଅଧିଆ କିଛି ଲୋକଙ୍କ ନୁଆରମ୍ପାସ ମୌଜାର ଖାତାନଂ- ୪୩୯ ପ୍ଲଟନ- ୧୩୮୨ ବ୍ୟକ୍ତିଗତ ଜମିରୁ ମେସିନିରେ ମାଟି ଖୋଳି ଆଣି ଏହି ପଡିଆ ନିର୍ମାଣ କରୁଛନ୍ତି। ଯାହାକି ମନରେଗା ଯୋଜନା ଭଳି ଏକ ଜନହୀତକର ଯୋଜନାକୁ ଦୁରୁପଯୋଗ କରୁଛନ୍ତି ବୋଲି ଗ୍ରାମର କୁଳମଣି ଖଣ୍ଡେଇ, ରବିନ୍ଦ୍ର ସେନାପତି, ଲକ୍ଷ୍ମଣ ସେନାପତି, ଦେବେନ୍ଦ୍ର ରାଉତ, ଗଣନାଥ ସେନାପତି, ଅକ୍ଷୟ ସେନାପତି, ଗୋପାଳକୃଷ୍ଣ ସେନାପତି, ପରମାନନ୍ଦ ସେନାପତି ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓ ପ୍ରମୁଖଙ୍କୁ ଦାବିପତ୍ର ଦେଇ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।