Odiapua.com

ବେଦାନ୍ତ ଲିଃ ଝାରସୁଗୁଡ଼ାରେ ରକ୍ତଦାନ ଶିବିର

ସମ୍ବଲ୍ ପୁର, ୧୮/୮ (ଓଡ଼ିଆ ପୁଅ) – ଝାର୍ ସୁଗୁଡ଼ା ସ୍ଥିତ ବେଦନ୍ତା ପରିସର ମଧ୍ୟରେ ତିନୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆମ ଓଡ଼ିଶା, ଭିମସାର ରକ୍ତଭଣ୍ଡାର- ବୁର୍ଲା ଓ ଓଡ଼ିଶା ରକ୍ତଭଣ୍ଡାର- ଝାରସୁଗୁଡ଼ାର ମିଳିତ ସହଯୋଗରେ ହୋଇଥିବା ଏହି ଶିବିରରେ ମୋଟ ୩୩୭ ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ଲାଟ-୧ ଫାଷ୍ଟେଡ଼ରେ ୧୦୮ ୟୁନିଟ, ପ୍ଲାଂଟ-୨ ଫାଷ୍ଟେଡ଼ରେ ୧୫୯ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ଟାଉନ୍ ସିପ୍ ରେ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରରେ କମ୍ପାନୀ କର୍ମଚାରୀ, ସହ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଭାଗ ନେଇଥିଲେ। ବେଦାନ୍ତ ସିଇଓ ସି.ଏନ୍ . ସିଂ, ଡାଇରେକ୍ଟର ମେଟାଲ ଗୋବିନ୍ଦ ପଲ, ଚିଫ୍ ପିପୁଲ ଅଫିସର ଦିଲ୍ଲୀପ ରଞ୍ଜନ ସାହୁ, ପାୱାର ସିଓଓ ଭାସ୍କର ଭଟ୍ଟାଚାର୍ଜି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କର ଉପସ୍ଥିତିରେ ଏହି ଶିବିର ଉଦ୍ ଘାଟନ୍ ହୋଇଥିଲା।

ଜୀବନଦାନ ଭଳି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସାମିଲ୍ ହୋଇଥିବାରୁ ଆମେ ଗର୍ବିତ ବୋଲି ବେଦାନ୍ତ ସିଇଓ ଶ୍ରୀ ସିଂ ମତବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତ୍ୟକଟି ରକ୍ତଦାତାଙ୍କୁ ସେ ସାଧୁବାଦ ଜଣାଇଥିଲେ।