ସମ୍ବଲପୁର ୨୧/୧୨ (ଓଡ଼ିଆ ପୁଅ) ଝାରସୁଗୁଡ଼ା ବେଦାନ୍ତ ପ୍ରକଳ୍ପ ର ସ୍ମେଲଟର-୧ ଠାରେ ଏହାର ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିରାପତା ଓ ନିର୍ବାପନ ସମ୍ପର୍କିତ ଏକ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ବାଷ୍ପିତ୍ର ଓ କାରଖାନା ବିଭାଗର ଉପ ନିର୍ଦ୍ଦେଶନ ସ୍ୱରୂପ ଜେନା, ସହ ନିର୍ଦ୍ଦେଶକ ଅନିଳ ନନ୍ଦ, ଓଡ଼ିଶା ରାଜ୍ୟ ବିପର୍ଯୟ ପରିଚାଲନା ପ୍ରାଧୀକରଣର ନିର୍ଦ୍ଦେଶିକ ସଂଗୀତା ଦାସ, ଜିଲ୍ଲା ଜରୂରୀ କାଳୀନ ଅଧୀକାରୀ, ଅଗ୍ନିଶମ ବିଭାଗର ଅଧୀକାରୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଆପଦକାଳୀନ ପରିସ୍ତିତିରେ ଧନ ଜୀବନର ସୁରକ୍ଷା ବାବଦରେ କମ୍ପାନୀର ସୁରକ୍ଷା କର୍ମୀମାନେ କୈାଶଳ ପ୍ରଦର୍ଶନ କରିବା ସହିତ ଜନସାଧାରଣ ଏବଂ କର୍ମଚାରୀମାନଙ୍କୁ ସତର୍କତା ବାବଦରେ ସଚେତନ କରାଇଥିଲେ। କମ୍ପାନୀର ଏଚଏସସି ବିଭାଗର ମୁଖ୍ୟ ଅଜୟ ପାଂଡ଼େ, ସୁରକ୍ଷା ବିଭାଗର ମୁକ୍ୟ କୃତୀ ସୁନ୍ଦର ମହାପାତ୍ର, ବିବେକ କୁମାର, ହର୍ଷବର୍ଦ୍ଦନ ପାଂଡ଼େ ପ୍ରମୁଖଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ର ଭୂଷଣ ପାଓାର ଓ ଷ୍ଟିଲ କମ୍ପାନୀ, ବେଲପାହାଡ଼ର ଟାଟା ରିଫ୍ରେକଟୋରିଜର ଅଧୀକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ବେଦାନ୍ତ ପକ୍ଷରୁ କର୍ମଚାରୀ ଏବଂ ପରିପାଶ୍ୱର୍ର ସୁରକ୍ଷା ଓ ନିରାପତାକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସିଛି। ଏପରିକୁ ଅଗ୍ନି ସୁରକ୍ଷା ବାବଦରେ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।