Odiapua.com

ବେଗୁନିଆରେ ବ୍ୟାପୁଛି ଡେଙ୍ଗୁ

ଖୋର୍ଦ୍ଧା;୨୩, ଅଗଷ୍ଟ (ଓଡ଼ିଆ ପୁଅ) :ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାର ଜଣାପଡ଼ିଛି।ବଡ଼ବେରଣା ଗ୍ରାମର ଅବିନାଶ ମହାପାତ୍ର ନାମକ ଜଣେ ୨୦ ବର୍ଷୀୟ ଯୁବକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି।ପୂର୍ବରୁ ଯଶୋଦା ବେହେରା ନାମକ ଜଣେ ମହିଳା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପଙ୍ଗାରସିଂହ, ତଳଗଡ଼ ଗ୍ରାମର ବିଶେଶ୍ୱର ବଳିୟାରସିଂହ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ।ଏହାକୁ ନେଇ ଅଞ୍ଚଳ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।ଆସନ୍ତା ୨୫ ତାରିଖ ସୁଧା ମଶା ବଂଶ ବୃଦ୍ଧି ରୋକିବା ପାଇଁ ବିଭିର୍ଣ୍ଣ ସ୍ଥାନରେ ଡିଡିଟି ପକାଯିବ ବୋଲି ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି।