Odiapua.com

ବେଗୁନିଆପଡ଼ା ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର: ୩୫୪ ଅଭିଯୋଗର ଶୁଣାଣୀ

କୋଦଳା :୩୦/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ କଂ ମିଳିତ ଜନଶୁଣାଣି ଶିବିର ସୋମବାର ବେଗୁନିଆପଡ଼ା ବ୍ଳକରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭିନ୍ନ ମାମଲାର ଶୁଣାଣି କରି ଜିଲ୍ଲାପାଳ ନିର୍ଦ୍ଧିଷ୍ଟ ବିଭାଗକୁ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଏହି ଜନଶୁଣାଣି ସମୟରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ସ୍ତରୀୟ ପମୁଖ ଅଧିକାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ଯାରେ ମହିଳା ଓ ପୁରୁଷ ହିତାଧିକାରୀ, ଶିକ୍ଷକ, ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି। ପ୍ରମୁଖ ଅଭିଯୋଗ ଗୁଡିକ ମଧ୍ୟରେ ଆବାସ ଗୃହ, ରାସନ କାର୍ଡ, ବାର୍ଧକ୍ୟ ଓ ବିଧବା ଭତ୍ତା, ତିତିଲି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନମିଳିବା, ବେଆଇନ ପାଣି ଫେଂକ୍ଟ୍ରି ବିରୁଦ୍ଧରେ ଅଭିଯୋଗ, ମନରେଗା ଓ ଆବାସ ଗୃହ ଦୁର୍ନୀତି ଅଭିଯୋଗ, ପଞ୍ଚାୟତ ସଂଯୋଜିକାକଂ ବକେୟା ଦରମା ନମିଳିବା, ଅଙ୍ଗନୱାଡି କର୍ମୀଙ୍କୁ ଉଦେଶ୍ୟ ମୂଳକ ଭାବେ ହଇରାଣ ହରକତ କରାଯିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ରହିଥିଲା ବେଳେ ଅଭିଯୋଗ ପତ୍ର ଗୁଡିକୁ ତଦନ୍ତ କରି ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଜନଶୁଣାଣି ନିୟମିତ ଭାବେ ଚାଲୁଛି ବୋଲି ଜିଲ୍ଲାପାଳ କହିଛନ୍ତି।