Odiapua.com

ବେକାରଙ୍କୁ ନିଯୁକ୍ତି ଦିଅ ନଚେତ ମାସିକ ୬ ହଜାର ସରକାରୀ ଭତା ଦିଅ – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ତରଫରୁ ଆଜି ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଆଜି ଭୁବନେଶ୍ୱରସ୍ଥ ଅତିରିକ୍ତ ଜିଲ୍ଲାପାଳ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବ ଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ସାରା ଦେଶରେ ବିମୁଦ୍ରୀକରଣ, ଭୁଲ ଜି.ଏସ୍‌.ଟି ଏବଂ ସାଂପ୍ରତିକ କୋଭିଡ଼୍‌୧୯ ଜନିତ ସଂକ୍ରମଣ ପରିସ୍ଥିତିରେ ଦେଶରେ ଓ ସାରା ରାଜ୍ୟରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ସାରା ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ଅଚଳ ଅବସ୍ଥା ଫଳରେ ୧୧ କୋଟି ଶ୍ରମିକ ଓ କର୍ମଚାରୀଙ୍କ ଉତ୍କଟ ଦୁର୍ଦ୍ଦଷାର ସମ୍ମୁଖୀନ ହେଉଛନ୍ତି। ୧୩.୯ କୋଟି ପ୍ରବାସୀ ଶ୍ରମିକମାନଙ୍କର ରୋଜଗାର ବିପର୍ଯ୍ୟସ୍ତ, ୧୧୦୦ ରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ ଘରକୁ ଫେରିବା ରାସ୍ତାରେ ମୃତ୍ୟୁ ବରଣ କରିଛନ୍ତି। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସରକାରୀ ଉଦ୍ୟୋଗରେ ମଧ୍ୟ ଠିକା କର୍ମଚାରୀମାନେ ରୋଜଗାର ହରାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀଗୁଡ଼ିକ ପୁରଣ କରାଯାଉନାହିଁ। କୋଭିଡ଼୍ -୧୯ ରେ କାର୍ଯ୍ୟକରୁଥିବା ହଜାର ହଜାର ସ୍ୱାସ୍ଥ୍ୟ ସହାୟିକା, ନର୍ସ, ଏ.ଏନ୍‌.ଏମ୍‌.ମାନଙ୍କୁ ଚାକିରିରୁ ବହିସ୍କାର କରିବା ଫଳରେ ସେମାନେ ଭୁବନେଶ୍ୱର ରାଜ ରାସ୍ତାରେ ବସିଛନ୍ତି। ତାଲା ବନ୍ଦ ସମୟରେ ସମସ୍ତଙ୍କ ଦରମା ଦେବା ପ୍ରସ୍ତାବ କାର୍ଯ୍ୟକାରୀ ହେଲା ନାହିଁ। କଞ୍ଚା ତୈଳରେ ଆନ୍ତର୍ଜାତିକ ମୂଲ୍ୟ କମୁଥିବାବେଳେ ଦେଶରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନଇଛା ଟିକସ ବର୍ଦ୍ଧିତ ହେତୁ ଡ଼ିଜେଲ, ପେଟ୍ରୋଲ ଓ ଗ୍ୟାସର ଦର ବୃଦ୍ଧି ବିଶେଷ ଭାବରେ ବେରୋଜଗାର, ଦରଦାମ ବୃଦ୍ଧି ହେତୁ ଯୁବ ସମାଜ ବିଶେଷ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ। ଇତି ମଧ୍ୟରେ ୪ଟି ଶ୍ରମିକ ବିରୋଧି ଲେବର କୋଡ଼୍ ଓ ୩ଟି କୃଷି ବିରୋଧି ଆଇନ ସଂସଦରେ ବିନା ଭୋଟରେ ପାସ୍ କରାଯାଇଛି। ତା’ର ପ୍ରତିବାଦରେ ଚାଷୀମାନେ ୫୩ ଦିନ ଧରି ଆନ୍ଦୋଳନ କରୁଛନ୍ତି ଓ ଶ୍ରମିକ କର୍ମଚାରୀମାନେ ମଧ୍ୟ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ ଧର୍ମଘଟ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବକ, କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏହି ଦାବିଗୁଡ଼ିକ : ୧.ରାଜ୍ୟର ସମସ୍ତ ବେକାର ଯୁବକମାନଙ୍କୁ ଚାକିରୀ ଦିଆଯାଉ ନଚେତ ମାସିକ ଟ.୬୦୦୦ ଟଙ୍କା ସରକାରୀ ଭତ୍ତା ଦିଆଯାଉ, ୨.କରୋନା, ଜି.ଏସ୍‌.ଟି ଓ ବିମୁଦ୍ରୀକରଣରେ ପ୍ରଭାବିତ ସମସ୍ତ ରୋଜଗାର ହରାଇଥିବା ଶ୍ରମିକ ମାନଙ୍କୁ ନିଯୁକ୍ତିି ଦିଆଯାଉ ଓ ତାଲାବନ୍ଦ ସମୟର ସମସ୍ତ ଦରମା ଦିଆଯାଉ.୩.କେନ୍ଦ୍ର ସରକାର ପ୍ରଣୟନ କରଥିବା ଶ୍ରମିକ ବିରୋଧି ୪ ଟି ଲେବର କୋର୍ଡ଼ ଓ ୩ଟି କୃଷକ ବିରୋଧି ଆଇନକୁ ପ୍ରତ୍ୟାହାର କର, ୪.ନିଳାଚଳ ଇସ୍ପାତ ନିଗମ ସମେତ କେନ୍ଦ୍ର ସରକାର ଅଧିନରେ ଥିବା, କୋଇଲା, ବ୍ୟାଙ୍କ, ରେଲୱେ, ବୀମା ଓ ପ୍ରତିରକ୍ଷା ଉତ୍ପାଦନକୁ ଘରୋଇକରଣ ବନ୍ଦ କରାଯାଉ, ୫.ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାରୀ ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିରେ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି ଓ ଚାକିରୀ ପାଇଁ ସମସ୍ତ ପରୀକ୍ଷା ଓଡ଼ିଆ ଭାଷାରେ କରାଯାଉ, ୬.ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କୋଭିଡ଼୍‌୧୯ ଟୀକା ଦିଆଯାଉ ଓ କୋଭିଡ଼୍‌୧୯ ରେ ସଂକ୍ରମିତ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସଂକ୍ରମଣ ସମୟରେ ସମସ୍ତ ଚିକିତ୍ସା ସହିତ ଦରମା ମଧ୍ୟ ଦିଆଯାଉ, ୭.ଚାକିରୀ ପାଇଁ ପରୀକ୍ଷା, ରାଜ୍ୟ ସଚିବାଳୟ, ଜିଲ୍ଲା, ବ୍ଲକ, ତହସିଲ, କୋର୍ଟ, କଚେରୀର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ହେଉ। ନିମ୍ନୋକ୍ତ ଦାବିଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ ନ କଲେ ଏ ଆନ୍ଦୋଳନ ଆହୁରି ବ୍ୟାପକ ହେବ। ଏ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସାଧାରଣ ସଂପାଦକ – କିଶୋର ଜେନା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବ ଶାଖା ଭୁବନେଶ୍ୱର ଜିଲ୍ଲା ସଭାପତି – ଜୟକୃଷ୍ଣ ମାଲ୍ଲିଆ, ବରିଷ୍ଠ କଂଗ୍ରେସ ନେତା- ଶିବାନନ୍ଦ ରାୟ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଣତି ମିଶ୍ର, ପଦ୍ମାକର ଗୁରୁ, ବିଶ୍ୱଜିତ୍ ଦାସ, ପ୍ରିୟବ୍ରତ ନାୟକ, ମଂଟୁ ମଲ୍ଲିକ, ବେଣୁଧର ପାତ୍ର, ଜଗା ରାଓ, ବୈକୁଣ୍ଠ ନାୟକ, ବିଜୟ ଦ୍ୱିବେଦୀ, ଶୁଭ୍ରାନ୍ସୁ ମହାନ୍ତି, ରୋହିତ କୁମାର ବାଙ୍ଗ, ନିଳମଣି ମିଶ୍ର, ସନ୍ତୋଷ କୁମାର ସାହୁ, ପ୍ରଦିମ୍ନ ମଲ୍ଲିଆ, ସଂଜୟ ମଲ୍ଲିଆ, ପ୍ରଭଞ୍ଜନ ମହାନ୍ତି, ମାନସ ରଞ୍ଜନ ପାତ୍ର, ରଶ୍ମି ରଞ୍ଜନ ପରିଡ଼ା, ଅଜୟ କୁମାର ଖଟେଇ, ଶ୍ୟାମ ସୁନ୍ଦର ଭୋଇ, ସୁସ୍ମିତା ମହାନ୍ତି, ବିଷ୍ଣୁ ପ୍ରସାଦ ମହାରଣା ପ୍ରମୁଖ କର୍ମକର୍ତାମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା ସଭାପତି ଜୟକୃଷ୍ଣ ମାଲିଆ ଧନ୍ୟବାଦ ଅର୍ପଣ କରିଥିଲେ।